ଇଣ୍ଡଷ୍ଟ୍ରିଗୁଡ଼ିକୁ କେନ୍ଦ୍ର ସରକାର ଦେଲେ ୨ ଲକ୍ଷ କୋଟିର ଦୀପାବଳି ଉପହାର

ନୂଆଦିଲ୍ଲୀ: କରୋନା କାରଣରୁ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ହୋଇ ପଡ଼ିଛି। ଏଥିପାଇଁ ବ୍ୟବସାୟୀମାନେ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ପରିସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିମାନଙ୍କ ଲାଗି ଦୀପାବଳି ଉପଲକ୍ଷେ ଦୁଇ ଲକ୍ଷ କୋଟି ଟଙ୍କାର ରିହାତି ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ସରକାର ୧୦ଟି ସେକ୍ଟରରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ବା ପିଏଲ୍‌ଆଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତିକୁ ଏହି ସୂଚନା ଦେଇଛନ୍ତି ଯେ, ସରକାର ୧୦ଟି ସେକ୍ଟରର ଉତ୍ପାଦନକୁ ଆଧାରକରି ପ୍ରୋତ୍ସାହନ ଦେବା ସହିତ ଶିଳ୍ପ ଭିତ୍ତି ଭୂମି ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏଥିସହିତ ଏହି ଯୋଜନା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଖରାପ ସ୍ଥିତିରେ ଥିବା ସେକ୍ଟରଗୁଡ଼ିକୁ ପ୍ରୋତ୍ସାହନ ମିଳିବ ଏବଂ ଆତ୍ମନିର୍ଭର ଭାରତର ମଧ୍ୟ ପ୍ରସାର ହେବ।

କରୋନା କାରଣରୁ ଚିନ୍ତାରେ ଥିବା ଦେଶର ଜନତା ଏବଂ ଦୁର୍ବଳ ହୋଇପଡ଼ିଥିବା ଇଣ୍ଡଷ୍ଟ୍ରିଗୁଡ଼ିକୁ ରିହାତି ପ୍ରଦାନ ପାଇଁ ସରକାର ଲଗାତର ପ୍ୟାକେଜ୍‌ର ଘୋଷଣା କରୁଛନ୍ତି। ତେଣୁ ଏହି ୨ ଲକ୍ଷ କୋଟିର ରିହାତିକୁ ଦେଶବାସୀଙ୍କ ପାଇଁ ଅନ୍ୟ ଏକ ପ୍ୟାକେଜ୍‌ ବୋଲି ନିର୍ମଳା କହିଛନ୍ତି।

You might also like