ସିଏଏ ଆନ୍ଧୋଳନକାରୀଙ୍କୁ ଗୁଳି ମାରିଥିବା ଯୁବକର ପରିଚୟ ମିଳିଲା

ନୂଆଦିଲ୍ଲୀ: ଫେସବୁକରେ ନିଜକୁ ରାମଭକ୍ତ ଗୋପାଳ କହି ଜାମିଆ ଠାରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିବା ଯୁବକର ପ୍ରକୃତ ପରିଚୟ ମିଳିଛି। ତା’ର ପୂରା ନାଁ ଗୋପାଳ ଶର୍ମା। ସେ ଦିଲ୍ଲୀ ଏନସିଆରର ଗୌତମ ନଗର ଅଞ୍ଚଳରେ ରହୁଥିଲା।

ତା’ ଫେସବୁକ ପୋଷ୍ଟରୁ ଜଣାପଡ଼ୁଛି ଯେ ସେ ଜଣେ କଟ୍ଟର ହିନ୍ଦୁବାଦୀ ଚିନ୍ତାଧାରାର ଯୁବକ। ଜାନୁଆରୀ ୧୪ରେ ସେ ଫେସବୁକରେ ନିଜର ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ସେ ଏକ ଚେୟାର ଉପରେ ବସିବା ସହ ହାତରେ ଗୋଟିଏ ରାଇଫଲ ଧରିଛି। ଏଥିରେ ସେ ଲେଖିଥିଲା ଯେ “ହିନ୍ଦୁ ଏକତା ଜିନ୍ଦାବାଦ।” ଆଉ ଏକ ପୋଷ୍ଟରେ ସେ ତା’ର ଦୁଇ ଜଣ ବନ୍ଧୁକ ସହ ବସିଛି। ଯେଉଁଥିରେ ତା’ର ଦୁଇ ବନ୍ଧୁ ରାଇଫଲ ଧରିଛନ୍ତି।

ସାଧାରଣତନ୍ତ୍ର ଦିବସରେ ସେ ଆଉ ଏକ ଫେସବୁକ ପୋଷ୍ଟ କରିଥିଲା। ଏଥିରେ ସେ ଲେଖିଥିଲା ଯେ “ହିନ୍ଦୀ ହୈ ହମ, ହିନ୍ଦୁ ହୈ ହମ୍‌। ଏ ହିନ୍ଦୁସ୍ତାନ ହାମାରା ହୈ।” ଏହାପରେ ସେ ଶାହୀନ ବାଗର ଖେଳ ଖତମ ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲା।

ଆଜି ସେ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିବା ପରେ ପୁଲିସ୍ ଦ୍ୱାରା ଗିରଫ ହୋଇଛି। ଏବେ ପୁଲିସ୍‌ ତା’କୁ ପଚରାଉଚରା କରୁଛି।

 

You might also like