ଗୁଗଲ କହିବ କୋବିଡ୍-୧୯ ଯାଞ୍ଚ କେନ୍ଦ୍ରର ଠିକଣା

ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍‌ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ମାଇ ଗଭର୍ଣ୍ଣମେଣ୍ଟ ସହିତ କାମ କରୁଛି। ଏହି ନୂଆ ସୁବିଧାଟି ଭାରତର ଇଂରାଜୀ ସହ ଅନ୍ୟ ଆଠଟି ଭାଷାରେ ଯଥା – ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ, ମରାଠୀ ଏବଂ ଗୁଜରାଟୀରେ ଉପଲବ୍ଧ ଅଛି।

ଗୁଗଲ ସର୍ଚ ଆସିଷ୍ଟାଣ୍ଟ ଏବଂ ମ୍ୟାପ୍‌ରେ ଏପର୍ଯ୍ୟନ୍ତ ଦେଶର ୩୦୦ ସହରରେ ଉପଲବ୍ଧ ୭୦୦ରୁ ଅଧିକ ପରୀକ୍ଷଣ କେନ୍ଦ୍ର ତାଲିକାଭୁକ୍ତ ହୋଇଛନ୍ତି। ଏହାଛଡ଼ା, ସାରା ଦେଶରେ ରହିଥିବା ନୂଆ ପରୀକ୍ଷଣ କେନ୍ଦ୍ର ଚିହ୍ନଟ କରିବା ଓ ତାଙ୍କୁ ତାଲିକାଭୁକ୍ତ କରିବା ପାଇଁ ଗୁଗଲ ତତ୍‌ ସମ୍ପର୍କିତ ଅନ୍ୟ ଅଧିକାରୀଙ୍କ ସହ କାମ ଚାଲୁ ରଖିଛି।

ଅଧିକ ସୂଚନା ପାଇଁ, ୟୁଜର୍ସ ‘Learn more’ ଲିଙ୍କ୍‌ରେ ଟ୍ୟାପ୍ କରିପାରିବେ। ଯେଉଁଠାରେ ସେମାନେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ସରକାରୀ ସୂଚନା ପାଇ ପାରିବେ।

You might also like