ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି। ପୂର୍ବରୁ ଏହି ଆପ୍କୁ Paid ୟୁଜର୍ସଙ୍କ ପାଇଁ ଏକ ପ୍ରିମିୟମ୍ ଆପ୍ ଭାବେ ଉପସ୍ଥାପିତ କରାଯାଇଥିଲା।

କରୋନୋ ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନ୍ ଯୋଗୁ ସାରା ବିଶ୍ୱରେ ଭିଡିଓ କଲିଂ ସେବାର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି Google ପକ୍ଷରୁ କ୍ରମଶଃ ‘Google Meet’ ଆପର ଫ୍ରି ଭର୍ସନ ଜାରି କରିବା ନେଇ ନିଷ୍ପତ୍ତି ନିଆଯାଇଛି। 

ଏହା ପୂର୍ବରୁ, ମିଟ୍ ଆପରେ କଲ୍ ସେଟ୍ ପାଇଁ Google ବିଜନେସ କିମ୍ବା ଏଜୁକେସନ ଆକାଉଣ୍ଟର ଆବଶ୍ୟକ ହେଉଥିଲା। ଏହା ଏକ Suite ସଫ୍ଟୱେୟାର। କିନ୍ତୁ ବର୍ତ୍ତମାନ କମ୍ପାନୀ ପକ୍ଷରୁ ୱେବରେ ଓ ମୋବାଇଲ୍ ଆପ ମାଧ୍ୟମରେ ଏହି ଆପକୁ iOS ଓ Android ପାଇଁ ଉପଲବ୍ଧ କରାଯାଇଛି।  

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ‘Google Meet’ ଆପ ମାଧ୍ୟମରେ ଏକ ଭିଡିଓ କଲରେ ୧୦୦ ଜଣ ଯୋଡି ହୋଇପାରିବେ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସପ୍ତାହରେ ସମସ୍ତଙ୍କ ପାଇଁ ଏହା ମାଗଣାରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

You might also like