ଡୋମେନ୍‌ରେ ପରିବର୍ତ୍ତନ କଲା କି ଗୁଗଲ ? ବ୍ଲଗ୍‌ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି ବ୍ଲଗର୍‌

ନୂଆଦିଲ୍ଲୀ: ଭାରତରେ ଅନେକ ବ୍ଲଗ୍‌ର ବର୍ତ୍ତମାନ ତାଙ୍କ ବ୍ଲଗ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି। ତା ସହିତ ଭାରତୀୟ ଡୋମେନ୍‌ ଥିବା ଅନେକ ୱେବ୍‌ ପେଜ୍ ମଧ୍ୟ ଆକ୍ସେସ୍‌ ହେଉନଥିବା ଅଭିଯୋଗ ହେଉଛି। ଗୁଗଲ URLs blogspot.in. ଉପରେ ନିୟନ୍ତ୍ରଣ କରିପାରୁ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି। କିନ୍ତୁ ବ୍ଲଗ୍ ୟୁଜର ଏହାର URLsକୁ blogspot.com.ରେ ବଦଳାଇଲା ପରେ ଯାଇ ବ୍ଲଗ୍ ଶୋ କରୁଥିବା ଅଭିଯୋଗ ଆସୁଛି।

Next Webର ରିପୋର୍ଟ ଅନୁସାରେ, ଗୁଗଲର ଆଉ blogspot.in ଡୋମେନ୍‌ ପାଇଁ ମାଲିକାନା ନାହିଁ। ତେଣୁ ଏପରି ସମସ୍ୟା ହେଉଛି। ତେବେ ସତରେ ଏହି ଡୋମେନ୍‌ ଉପରେ ଗୁଗଲ ମାଲିକାନା ହରାଇଛି କି ନାହିଁ ସେ ନେଇ ଗୁଗଲ ପକ୍ଷରୁ କୌଣସି ସ୍ପଷ୍ଟ ରିପୋର୍ଟ ଆସିନାହିଁ। ତେବେ blogspot.in ବ୍ୟବହାର କରୁଥିବା ନିୟମିତ ବ୍ଲଗରମାନେ ଏବେ ନିଜ ଡୋମେନ୍‌ ବ୍ୟବହାର କରିପାରିବେ।

Blogspot.in ହେଉଛି ଗୁଗଲ ବ୍ଲଗରର ଏକ ଅଂଶ। ପୂର୍ବରୁ ଏହା ବ୍ଲଗ୍‌ସ୍ପଷ୍ଟ୍ ନାମରେ ପରିଚିତ। ୨୦୦୩ରେ ଗୁଗଲ ଆଣିଥିଲା।ଟେକ୍‌ ୱେବ୍‌ସାଇଟ୍‌ Neowinର ରିପୋର୍ଟ ଅନୁସାରେ, ଦେଶପାଇଁ ସ୍ୱତନ୍ତ୍ର ହୋଇଥିବା ଡୋମେନଗୁଡ଼ିକ ଅଲଗା ବ୍ଲଗ୍‌ ଆଡ୍ରେସ୍‌ ନୁହେଁ, ଏହା କେବଳ ୟୁଜର ରହୁଥିବା ଦେଶକୁ ଆଧାର କରି ତିଆରି ହୋଇଥିବା ଏକ ନୂଆ ରୂପ।

ଯେତେବେଳେ ଜଣେ ୟୁଜର ଭାରତରେ ବ୍ଲଗ ବ୍ୟବହାର କରିବେ ସେତେବେଳେ blogspot.com. ବଦଳରେ ତାଙ୍କୁ blogspot.in ଉପରେ ସର୍ଚ୍ଚ କରିବାକୁ ପଡ଼ିବ। ଫେବ୍ରୁଆରୀ ୨୦୧୩ରେ ଦେଶପାଇଁ  ସ୍ୱତନ୍ତ୍ର URLs କିଣିଥିଲା ବ୍ଲଗର। ସ୍ଥାନୀୟ ନିୟମ ଉଲ୍ଲଂଘନ କରୁଥିବା  କଣ୍ଟେଣ୍ଟକୁ ହଟାଇ ଦେବାକୁ ଏହି ବ୍ୟବସ୍ଥା କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like