ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୫୮୩

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୫୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ୧୪୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮୮ ଆକ୍ରାନ୍ତ ହୋଇଛନ୍ତି।

ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୬ହଜାର ୩୩୦ଜଣ ଚିକିତ୍ସିତ ହେଉଥିବା ବେଳେ ୪୮ହଜାର ୫୩୪ ଜଣ ଆରୋଗ୍ୟ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୪୧ହଜାର ୬୪୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାର ୪୫୪ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ୨୭୦, ପଶ୍ଚିମବଂଗରେ ୨୫୯, ଦିଲ୍ଲୀରେ ୧୯୪ ଓ ରାଜସ୍ଥାନରେ ୧୫୧ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୧୮୯ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୭୪୬ ଜଣ ଚିକିତ୍ସିତ ହେଉଥିବା ବେଳେ ୪୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ହୋଇଛି।

You might also like