ନୂଆବର୍ଷ ଅବସରରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଏମିତି ଖୁସି ଖବର

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ଟ୍ରାଭେଲ ଆଲାଉନ୍ସ ବା ଟିଏ (TA) ‌କୁ  ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର

ନିକଟରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ (Department of Expenditure- DoE) ଏକ ନିର୍ଦ୍ଦେଶନାମା ଜାରି କରି କର୍ମଚାରୀଙ୍କ TA ବାବଦରେ ସରକାର ନେଇଥିବା କୋହଳ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି।

ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି, ବର୍ତ୍ତମାନଠୁ ବେତନ ସ୍ତର ୯ ରୁ ୧୧ ମାଟ୍ରିକ୍ସ ପର୍ଯ୍ୟନ୍ତ ଥିବା କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ Travel Allowance ପାଇବା ପାଇଁ self-certification(ଯେଉଁଥିରେ ସେମାନଙ୍କର ଯାତ୍ରା ତାରିଖ ଓ ଗାଡ଼ି ନମ୍ବର ଉଲ୍ଲେଖ ଥିବ) ଆଉ ଦେବାକୁ ପଡ଼ିବ ନାହିଁ।

ଏଠି କହି ରଖିବୁ, ଟିଏ ପାଇଁ ଏହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଯାତ୍ରା ସମ୍ପର୍କିତ ବିଭିନ୍ନ ତଥ୍ୟ ବିଭାଗକୁ ଦେବାକୁ ପଡ଼ୁଥିଲା। ଏଥିପାଇଁ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ସହର ଭିତରେ ଦୈନନ୍ଦିନ ଯାତ୍ରା କରୁଥିବା କର୍ମଚାରୀମାନେ ସେମାନଙ୍କ ଯାତ୍ରା ରସିଦ୍‌, ଭାଉଚର ଦେବାବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବିଭାଗ ପକ୍ଷରୁ ଯାତ୍ରା ସମୟରେ ଦୈନିକ ଭତ୍ତା ଅଧିନରେ ଥିବା ଯାତ୍ରା ଖର୍ଚ୍ଚ ଫେରସ୍ତ ପାଇଁ ରିସିଟ୍ / ଭାଉଚର ଦାଖଲକୁ ଉଠାଇ ଦିଆଯାଇଛି।

You might also like