ଦେଶରେ କରୋନା ମୃତ୍ୟୁ ହାର କମୁଛି, ଏପ୍ରିଲ ପରେ ପ୍ରଥମଥର ପାଇଁ ୩% ରୁ କମ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତ ବଢୁଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ହେଲେ କରୋନାର ପ୍ରାଣଘାତୀ ଭୟ କମିବାରେ ଲାଗିଛି।  ଭାରତରେ କରୋନା ଭାଇରସ କେସ୍‌ ଫଟାଲିଟି ରେଟ୍‌ (Case Fatality Rate)ଶୁକ୍ରବାର ୨.୮୪ ପ୍ରତିଶତ ଥିଲା । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୩ ପ୍ରତିଶତ ତଳକୁ ଆସିଛି । ଅର୍ଥାତ୍‌ କରୋନା ମୃତ୍ୟୁ ହାର ଦେଶରେ କମିବାରେ ଲାଗିଛି।

ଏହା ପୂର୍ବରୁ ଅର୍ଥାତ ଏପ୍ରିଲ ୭ରେ ଏହି ହାର ଯଥେଷ୍ଟ କମ୍‌ ଥିଲା। ହେଲେ ଯେତେବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚିଲା ଏହି Case Fatality Rate ଲଗାତାର ଉପରକୁ ଉଠିଲା। ମେ’ ମାସରେ ଏହି ହାର ୩.୪ ଥିଲା। ଅର୍ଥତ୍‌ ପ୍ରତି ୧୦୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଥିଲା। ହେଲେ ମୃତ୍ୟ ହାର କମିବାର ଧାରା ଚଳିତ ସପ୍ତାହର ପ୍ରଥମରୁ ଆରମ୍ଭ ହୋଇଥିଲା। ମେ’ ୨୪କୁ ଏହି ହାର ୨.୮୯ ପ୍ରତିଶତ ଥିଲା ଯାହା ୨୫ରେ ହ୍ରାସ ପାଇ ୨.୮୭ ପ୍ରତିଶତ ଏବଂ ଶୁକ୍ରବାର ୨.୮୪ ପ୍ରତିଶତକୁ ଖସିଥିଲା।

ପଶ୍ଚିମବଙ୍ଗରେ ମୃତ୍ୟୁ ହାର ଜାତୀୟ ହାଠାରୁ ଅଧିକ ଥିଲା। ରାଜ୍ୟରେ କରୋନା ଜନିତ ମୃତ୍ୟୁ ହାର ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ଅଧିକ। ଦେଶରେ ପ୍ରତି ୧୦୦ ଜଣରେ ୬.୫ ଜଣଙ୍କର ମୃତ୍ୟୁ ଘଟୁଥିବାବେଳେ  ବେଙ୍ଗଲରେ ମୃତ୍ୟୁ ହାର ୧୦ ପ୍ରତିଶତ ଥିଲା। ହେଲେ ଏବେ ସେଠାରେ ମଧ୍ୟ ଏହି ହାର ହ୍ରାସ ପାଇଛି। ତେବେ ଗୁଜରାଟରେ ଏହି ହାର କମୁନାହିଁ। ମେ’ ଆରମ୍ଭରେ ଏହି ରାଜ୍ୟରେ CFR ୫.୮ ପ୍ରତିଶତ ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୬ ଟପିଲାଣି।

ସେହପରି ଏମପିରେ CFR ୬ ପ୍ରତିଶତ ଥିବାବେଳେ ଏବେ ଏହା ହ୍ରାସ ପାଇ ୪.୩ରେ ପହଞ୍ଚିଛି। ସେହିପରି ମହାରାଷ୍ଟ୍ରରେ ଏହି ହାର ୩.୩ ପ୍ରତିଶତ ଅଛି ଯାହା ମେ’ ପ୍ରାରମ୍ଭରେ ୪ ପ୍ରତିଶତ ଥିଲା।

You might also like