ଆରପାରିରେ ଗୋଲ୍ଡେନ୍ ବାବା

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀସ୍ଥିତ ଗାନ୍ଧିନଗରରେ ରହୁଥିବା ସୁଧୀର କୁମାର ମକ୍କର ଅର୍ଥାତ୍ ଗୋଲ୍ଡେନ ବାବାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୋଲ୍ଡେନ ବାବାଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଥିଲା।

ଗୋଲ୍ଡେନ ବାବା ହେଉଛନ୍ତି ମୁଳରୂପରେ ଗାଜିଆବାଦର ବାସିନ୍ଦା। ସନ୍ନ୍ୟାସୀ ହେବା ପୂର୍ବରୁ ସେ ଏକାଧିକ ଅପରାଧରେ ସାମିଲ୍ ଥିଲେ। ଏହାଛଡ଼ା ଗୋଲ୍ଡେନ୍ ବାବା ତଥା ସୁଧୀର କୁମାର ମକ୍କର ଦିଲ୍ଲୀରେ ଗାର୍ମେଣ୍ଟର ବ୍ୟବସାୟ କରୁଥିବା କୁହାଯାଉଛି। ତେବେ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ଗୋଲ୍ଡେନ ବାବାରେ ପରିଣତ ହୋଇଥିଲେ। ଗାନ୍ଧିନଗର ସ୍ଥିତ ଅଶୋକ ଲେନରେ ତାଙ୍କର ଆଶ୍ରମ ରହିଛି।

୧୯୭୨ ମସିହାରୁ ହିଁ ତାଙ୍କୁ ସୁନା ପିନ୍ଧିବା ବହୁତ ଥିଲା। କୁହାଯାଉଛି ଯେ ସୁନାକୁ ନିଜର ଇଷ୍ଟଦେବତା ମାନୁଥିଲେ। ବାବା ସବୁବେଳେ କେଜି କେଜି ସୁନା ପିନ୍ଧୁଥିଲେ। ବାବାଙ୍କର ୧୦ଟି ଯାକ ଅଙ୍ଗୁଳିରେ ସୁନାର ମୁଦି, ବାଜୁ ଓ ସୁନାର ଲକେଟ୍ ରହିଥାଏ। ବାବା ନିଜର ସୁରକ୍ଷା ପାଇଁ ୨୫-୩୦ ଜଣ ବଡ଼ିଗାର୍ଡ ମଧ୍ୟ ରଖିଥିଲେ।

ତେବେ ଗୋଲ୍ଡେନ ବାବା ହେବା ପୂର୍ବରୁ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିଲା। ଏହି କାରଣରୁ ପୋଲିସ୍ ଷ୍ଟେସନରେ ତାଙ୍କ ନାଁରେ ଏକ ଆକାଉଣ୍ଟ ଖୋଲାଯାଇଥିଲା, ଯାହା ନାଁ ହିଷ୍ଟ୍ରି-ସିଟର୍ ଥିଲା। ଏଥିରେ ବାବାଙ୍କ ସବୁ ଛୋଟବଡ଼ ଅପରାଧର ପୂର୍ଣ୍ଣ ତଥ୍ୟ ରହିଛି। ଏହି ମୋକଦ୍ଦମା ମଧ୍ୟରେ ଅପହରଣ, ମାରପିଟ୍, ଧମକାଇବା ଆଦି ସାମିଲ୍‌ ଅଛି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like