ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହେଉଥିଲା ସୁନା ଚୋରାଚାଲାଣ?

ସବୁ ଜାଣିଥିଲେ ମୁଖ୍ୟମନ୍ତ୍ରୀ?

ଥିରୁବନନ୍ତପୁରମ୍ : ଦେଶରେ ବଢିବାରେ ଲାଗିଛି ସୁନା ଚୋରା ଚାଲାଣ। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଚୋରା ସୁନାକୁ ଜବତ କରୁଛି କଷ୍ଟମ ବିଭାଗ। ତେବେ କେରଳରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କେରଳ ସୁନା ଚୋରା ଚାଲାଣ ପ୍ରସଙ୍ଗରେ ସୀମାଶୁଳ୍କ ବିଭାଗ ପକ୍ଷରୁ କେରଳ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍ସ) ଦେଇ ସୁନା ଚୋରାଚାଲାଣ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ଅନ୍ୟ ୩ ଜଣ ମନ୍ତ୍ରୀ ଏବଂ ବାଚସ୍ପତି ସବୁକଥା ଅବଗତ ଥିଲେ ଏବଂ ସେମାନଙ୍କ ଜାଣତରେ ହିଁ ସବୁକିଛି ଚାଲିଥିଲା ବୋଲି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ବୟାନ ଦେଇଛନ୍ତି। ଆଉ ତାଙ୍କ ବୟାନ ପରେ କେରଳରେ ରାଜନୈତିକ ବୟାନବାଜି ମଧ୍ୟ ଦେଖିବାକୁ ମିଳିଛି।

ସ୍ୱପ୍ନା ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପୁର୍ବତନ ସଚିବ ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏଥିରେ ସିଧାସଳଖ ଭାବେ ସମ୍ପୃକ୍ତ ଅଛନ୍ତି। ଯେହେତୁ ସେ ଆରବିକ୍‌ ଜାଣିଛନ୍ତି ସେଥିପାଇଁ ପ୍ରତି ବୈଠକରେ ‌ତାଙ୍କୁ ସେମାନଙ୍କ ବାର୍ତ୍ତାଳାପ ଅନୁବାଦ କରିବାକୁ କୁହାଯାଏ। ମୁଖ୍ୟମନ୍ତ୍ରୀ, ୩ ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଥିବାରୁ ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି। ଜଣେ ମୁଖ୍ୟମନ୍ତ୍ରୀ ଏମିତି ଘଟଣାରେ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିବା ପରେ  ସାରା ରାଜ୍ୟର ନଜର ଏବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ହିଁ ରହିଛି।

You might also like