ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ନୂଆଦିଲ୍ଲୀ: ଯଦି ଆପଣ ସୁନାରେ ଟଙ୍କା ନିବେଶ କରିଛନ୍ତି ତା’ହେଲେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର, ହେଲେ ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି ଏହି ଖବର ଆପଣଙ୍କୁ ଝଟ୍‌କା ଦେଇପାରେ। ଗତ ୨ ମାସରେ ସୁନା ଦରରେ ବୃଦ୍ଧି ଓ ହ୍ରାସ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମେ ଆମେରିକା-ଇରାନ ଏହାପରେ ଆମେରିକା-ଚୀନ ମଧ୍ୟରେ ଟ୍ରେଡ୍‌ ୱାର୍‌ ଯୋଗୁ ସୁନା, ରୂପା ଦର ବୃଦ୍ଧି ଘଟିଥିଲା।

ଏପରିକି ୧୦ ଗ୍ରାମ୍‌ ସୁନା ଦର ୪୨ ହଜାର ଟଙ୍କାରେ ପହଞ୍ଚିଥିଲା। ହେଲେ ଯେତେବେଳେ ଏହି ଟ୍ରେଡ୍‌ ୱାର୍‌ର ପରିସମାପ୍ତି ଘଟିଥିଲା ଏହାପରେ ସୁନା ଦର କମି ୩୯ ହଜାର ଟଙ୍କାରେ ପହଞ୍ଚିଥିଲା। ହେଲେ ଏବେ ପୁଣିଥରେ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଗ୍ଲୋବାଲ୍‌ ବଜାରରେ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ଦେଶ କରୋନାକୁ ନେଇ ପୂରାପୂରି ଆଲର୍ଟ ଅଛନ୍ତି।  ଶେଆର୍‌ ବଜାରରେ ମଧ୍ୟ କରୋନା ଭାଇରସ୍‌କୁ ନେଇ ଚିନ୍ତାରେ ଲୋକେ। ଫଳରେ ଏହାକୁ ନେଇ କମୋଡିଟି ମାର୍କେଟ୍‌ରେ ଅଧିକ ହଇଚଇ ସୃଷ୍ଟି ହୋଇଛି। ଯାହାର ପ୍ରଭାବ ସୁନା ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ସୁନା ଦରରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।

ଭାରତୀୟ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ୍‌କୁ ୪୩ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଖୁବ୍‌ ଶୀଘ୍ର ଏହା ୪୫ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like