ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା, ରୂପା ଦର ଗତକାଲି ହ୍ରାସ ପାଇଥିବା ବେଳେ ଆଜି ବି ସୁନା ଦରରେ ହ୍ରାସ ଘଟିଛି। ଯଦିଓ Multi Commodity Exchange(MCX)ରେ ଆଜି ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ହେଲେ ଦେଶର ସର୍ରାଫା ବଜାରରେ ସୁନା  ଦରରେ ହ୍ରାସ ଦେଖିବାକୁ ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ୫ ଦିନ ଧରି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି।

ଆଜି  ସର୍ରାଫା ବଜାରରେ ସୁନା ଶସ୍ତା ହୋଇଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୨୨ ଟଙ୍କା ଶସ୍ତା ହୋଇଛି। ହେଲେ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ରୂପା ଦର ୧୯୩ ଟଙ୍କା ବୃଦ୍ଧି ସହ ପ୍ରତି କି.ଗ୍ରାକୁ ୬୭,୦୧୫ ଟଙ୍କାରେ ପହଞ୍ଚିଛି।

ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ୫ ଦିନ ଧରି ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପାଖାପାଖି ୨,୦୪୪ ଟଙ୍କା ହ୍ରାସ ପାଇଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୩୮୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭, ୩୦୦ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୮,୦୦୦ଟଙ୍କା ଥିଲା।

You might also like