ରେକର୍ଡ ଭାଙ୍ଗିଲା ସୁନା ଦର, ଦ୍ୱିଗୁଣା ହେଲା ରୂପା

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ସୁନା ଦର।  ୧୦ ଗ୍ରାମକୁ ହେଲାଣି ୫୨ ହଜାର ଟଙ୍କା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ପ୍ରଥମ ଥର ପାଇଁ ସୁନା ଦାମ୍ ୫୨ ହଜାର ହୋଇଛି।

ସାଧାରଣତଃ କମୋଡିଟି ଏକ୍ସଚେଞ୍ଜ ତୁଳନାରେ ରିଟେଲ ମାର୍କେଟରେ ସୁନା ଓ ରୂପା ଦର କମ୍ ରହିଥାଏ । ଏବେ ସାରା ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଦେଖା ଦେଇଛି। ଲୋକେ ନିଜ ସଂପତ୍ତିକୁ ସୁରକ୍ଷିତ ରଖିବାକୁ ସୁନା କିଣିଥାନ୍ତି॥ କାରଣ ପ୍ରାୟତଃ ସୁନାର ଦାମ ହ୍ରାସ ପାଇନଥାଏ । ତେଣୁ କିଛି କ୍ଷତି ହେବାର ଆଶଙ୍କା ନାହିଁ।

ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବହୁତ ବଢ଼ି ଯାଇଥିବାରୁ ଡିଲରଗୁଡ଼ିକ ରିହାତି ଦେବା ମଧ୍ୟ ଆରମ୍ଭ କରିଛନ୍ତି ଭାରତକୁ ବିକ୍ରି ହେଉଥିବା ସୁନା ଉପରେ ୬ ଡଲାର ରିହାତି ଦିଆଯାଉଛି ।

ସେପଟେ ଭାରତ ସରକାର ଜାରି କରୁଥିବା ସୁନା ବଣ୍ଡର ପଞ୍ଚମ ପର୍ଯ୍ୟାୟର ସବ୍‌ସ୍କ୍ରିପ୍‌ସନ ଆସନ୍ତା ମାସରୁ ମିଳିବ । ନିବେଶକମାନେ ଅଗଷ୍ଟ ୩ତାରିଖରୁ ୭ ତାରିଖ ଯାଏ ଏହି ବଣ୍ଡ୍ କିଣିପାରିବେ । ଏହାର ଷଷ୍ଠ ପର୍ଯ୍ୟାୟ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଖୋଲା ରହିବ।

ସେହପରି ରୂପା ଦର ବି ଆକାଶଛୁଆଁ ହୋଇଛି। ୨୦୨୦ ମାର୍ଚ୍ଚରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ ୩୩, ୫୮୦ ଥିଲା। ଆଜି ଏହାର ଦର ୨ ଗୁଣା ବୃଦ୍ଧି ପାଇ ଏବେ ୬୭, ୫୬୦ରେ ପହଞ୍ଚିଛି। ବିଶେଷଜ୍ଞମାନେ ଆକଳନ କରି କହିଛନ୍ତି, ସାଂପ୍ରତିକ ପରିସ୍ଥିତିକୁ ଦେଖିଲେ ଲାଗୁଛି, ଦିୱାଲି ବେଳକୁ ରୂପା ଦର ୭୫ ହଜାଯର ପର୍ଯ୍ୟନ୍ତ ପହଞ୍ଚି ଯାଇଥିବ।

You might also like