ବଢ଼ିଲା ସୁନା, କମିଲା ରୂପା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି।

ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ, ରାଜ୍ୟଗୁଡ଼ିକର ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ମିଶାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦରରେ ସୁନା ଉପଲବ୍ଧ ହେବ।

ଭୁବନେଶ୍ୱରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ହୋଇଛି। ୨୨ କେରେଟ୍‌ ସୁନା ୧୦ ଗ୍ରାମ ୪୬,୧୭୦ ହୋଇଥିବା ବେଳେ ୨୪ କେରେଟ୍‌ ସୁନା ଦଶ ଗ୍ରାମର ମୂଲ୍ୟ ୫୦,୩୮୦ ରହିଛି। ଗତକାଲି ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬, ୩୬୦ ରହିଥିବା ବେଳେ ୨୪ କ୍ୟାରେଟ୍‌ ସୁନାଦର ଦାମ୍ ୫୦,୫୭୦ ରହିଥିଲା। ଆଜି ଏଥିରେ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବୃଦ୍ଧି ହୋଇଛି।

ଭାରତର ବିଭିନ୍ନ ସହରରେ ସୁନାର ଦର …

ସହରର ନାମ୨୪ କେରେଟ୍‌(୧୦ ଗ୍ରାମ ପ୍ରତି) ମୂଲ୍ୟ୨୨ କେରେଟ୍‌(୧୦ ଗ୍ରାମ ପ୍ରତି) ମୂଲ୍ୟ
କୋଲକାତା୪୮,୮୫୦୪୭,୫୬୦
ଦିଲ୍ଲୀ୪୮,୦୭୦୪୬,୮୧୦
ଚେନ୍ନାଇ୫୦,୩୮୦୪୬,୧୭୦
ମୁମ୍ବାଇ୪୮,୨୧୦୪୭,୨୧୦

 

You might also like