ଗୋଲ୍ଡ ମର୍ସିଡିଜ୍ କାର୍ ଧରି ବୁଲିଲେ ଚାଷୀ
ସୁରତ: ଦାମୀ କାର୍ରେ ସୁନାର ପ୍ରଲେପ ଦେଇ ଚର୍ଚ୍ଚାରେ ଗୁଜରାଟ ସୁରତର ଜଣେ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଫ୍ରାନ୍ସର ଟେକ୍ନୋଲୋଜି ବ୍ୟବହାର କରି ତାଙ୍କର ଦାମୀ କାର୍ରେ ସୁନାର ପ୍ରଲେପ ଦେଇଛନ୍ତି। ସୋସିଆଲ୍ ମିଡିଆରେ ଏହାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି।
ସବୁଠାରୁ ବଡ଼ କଥା, ଏହି କାର୍ କୌଣସି ଉଦ୍ୟୋଗପତି କିମ୍ବା ବଡ଼ ବ୍ୟବସାୟୀଙ୍କର ନୁହେଁ। ବରଂ ଜଣେ ଚାଷୀଙ୍କର। ସୁରତର ଚାଷୀ ସମୀର ପଟେଲ ତାଙ୍କର ମର୍ସିଡିସ୍ କାର୍ରେ ୨୪ କ୍ୟାରେଟ ସୁନାର ପ୍ରଲେପ ଦେଇଛନ୍ତି। ତାଙ୍କର ଏହି କାର୍କୁ ଦେଖିବା ପାଇଁ ଲୋକ ଭିଡ଼ ଜମୁଛି।
ଦକ୍ଷିଣ ଗୁଜରାଟରେ ରହୁଥିବା କୋଟିପତି ଚାଷୀ ସମୀରଙ୍କ ସୁନା ପ୍ରତି ଅହେତୁକ ଦୁର୍ବଳତା ରହିଛି। ପ୍ରତିଦିନ ସେ ପ୍ରାୟ ୮୦ ତୋଳା ସୁନା ପିନ୍ଧିଥାନ୍ତି। ଏପରିକି ତାଙ୍କ ମୋବାଇଲ୍ କଭର୍ ମଧ୍ୟ ସୁନାର।ଆଉ ଏବେ ସେ ତାଙ୍କ ମର୍ସିଡିସ୍ କାର୍କୁ ସୁନାର ପ୍ରଲେପ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଆରବର କୋଟିପତି ମାନଙ୍କୁ ଦେଖି କାର୍ ଉପରେ ସମୀର ସୁନାର ପ୍ରଲେପ ଦେଇଥିବା ଜଣାପଡ଼ିଛି।