କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଲଗାତାର କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ପାଇଥିବା ବେଳେ ଆଜି ମଧ୍ୟ Domestic futures ସୁନା-ରୂପା ଦରରେ ହ୍ରାସ ରେକର୍ଡ କରାଯାଇଛି।

ଆଜି ସକାଳେ MCX(Multi Commodity Exchange)ରେ ସୁନା ଦର ହ୍ରାସ ଦେଖିବାକୁ ମିଳିଥିଲା। ୩୯ ଟଙ୍କା ହ୍ରାସ ସହ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୪୭୮ଟଙ୍କା ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା।

ଖାଲି ସୁନା ନୁହେଁ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା। MCXରେ ଆଜି ସକାଳେ ରୂପା ଦର ୦.୪୦% ଅର୍ଥାତ୍‌ ୨୩୯ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୫୯,୬୩୪ଟଙ୍କା ଟ୍ରେଣ୍ଡ୍‌ କରୁଥିଲା।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୯,୬୦୦ଟଙ୍କା ରହିଛି।

You might also like