କିଛିଦିନର ବ୍ୟବଧାନ ପରେ ମହଙ୍ଗା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ଆଜି ସକାଳ ୧୦ଟାରେ Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୯ ଟଙ୍କା ବୃଦ୍ଧି ସହ ୪୮,୦୬୭ ଟଙ୍କାରେ କାରବାର ଚାଲିଥିଲା। ରୂପା ଦର ପ୍ରତି କିଲୋଗ୍ରାମକୁ ୧୬୯ ଟଙ୍କା ବୃଦ୍ଧି ସହ ୬୯,୮୬୫ ଟଙ୍କାରେ କାରବାର ଚାଲିଥିଲା।

ଆନ୍ତର୍ଜାତୀୟ ବଜାରରେ ଆଜି ସୁନା ଦର ପ୍ରତି Ounceକୁ ବୃଦ୍ଧି ପାଇ ୧,୮୪୧ ଡଲାରରେ ପହଞ୍ଚିଛି। ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି। ରୂପା ଦର ବୃଦ୍ଧି ପାଇ ପ୍ରତି Ounceକୁ ୨୭.୪୬ ଡଲାରରେ ପହଞ୍ଚିଛି।

ଦିଲ୍ଲୀ ସର୍ରାଫା ବଜାରରେ ଗତକାଲି ସୁନା ଦର ବୃଦ୍ଧି ପାଇଥିଲା। ସୁନା ଦର ୨୩୪ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୮,୦୭୩ ଟଙ୍କାରେ ପହଞ୍ଚିଥିଲା। ରୂପା ଦର ପ୍ରତି କିଲୋଗ୍ରାମକୁ ୩୪୦ ଟଙ୍କା ବୃଦ୍ଧି ପାଇ ୬୮,୩୯୧ ଟଙ୍କାରେ ପହଞ୍ଚି ଥିଲା। ଗତବର୍ଷ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିଲା।

ଚଳିତ ବଜେଟ୍‌ରେ କଷ୍ଟମ ଡ୍ୟୁଟି ହ୍ରାସ ଘୋଷଣା ପରେ ଲଗାତାର ଭାବେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ହେଲେ ଗତକାଲି ଓ ଆଜି ଏହି ଦରରେ ବୃଦ୍ଧି ଘଟିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୧୦ଟଙ୍କା ଥିବାବେଳେ ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୯୦ଟଙ୍କା ଥିଲା।

You might also like