୪୯ ହଜାର ଟଙ୍କା ତଳକୁ ଖସିଲା ସୁନା ଦର

ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିଲା।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ ୧,୮୪୬.୨୦ ଡଲାର ରହିଛି। ରୂପା ଦର ୦.୧୩ ଡଲାର ହ୍ରାସ ସହ ୨୫.୩୩ ଡଲାରରେ କାରବାର ଚାଲିଥିବା ଜଣାପଡ଼ିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ଚଳିତ ବର୍ଷ ସୁନା ଦର ପ୍ରତି ୧୦ ଗ୍ରାମକୁ ୬୩ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୬, ୨୦୦ଟଙ୍କା ରହିଛି।

You might also like