ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀମାନଙ୍କର ଭଳିକି ଭଳି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ। ଭିଡିଓରେ ପଶୁପକ୍ଷୀମାନଙ୍କର ଅଜବ ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଦେଖୁ ଦେଖୁ ଭିଡିଓଗୁଡ଼ିକ ଭାଇରଲ୍ ବି ହୋଇଯାଏ।

ଠିକ୍ ଏମିତି ଏକ ଭିଡିଓ ହେବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଏହି ଭିଡିଓଟି ହେଲା, ଛେଳିମାନଙ୍କର ଡିସ୍‌କୋ ଡାନ୍ସ ଭିଡିଓ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଛେଳିମାନଙ୍କର ଏହି ଡିସ୍‌କୋ ଡାନ୍ସର ଏକ ଭିଡିଓ Daily Goats ନାମକ ଏକ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। ଭିଡିଓରେ ଗୀତର ତାଳେ ତାଳେ ଛେଳିଗୁଡ଼ିକ ଗୋଡ଼ ଓ ମୁଣ୍ଡ ହଲାଇ ଡାନ୍ସ କରୁଥିବାର ଦେଖାଯାଉଛି।


ଛେଳିମାନଙ୍କର ଏହି ମଜାଦାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ଏପର୍ଯ୍ୟନ୍ତ ୧,୪ ମିଲିୟନ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲାଇକ୍‌ ଓ କମେଣ୍ଟ ମିଳିଛି।

Daily Goats ଟ୍ୱିଟର୍‌ ହ୍ୟାଣ୍ଡେଲ୍ ଛେଳିମାନଙ୍କର ମନେକ ମଜାଦାର ଭିଡିଓ ଛାଡ଼ିଥାଏ। କେବେ ଛେଳିମାନେ ପାହାଡ଼ ଚଢିବା, ବ୍ୟାୟାମ କରିବା, କାର୍‌ରେ ଛଢ଼ିବା ଆଜି ମଜାଦାର ଭିଡିଓକୁ ଟ୍ୱିଟ୍ କରିଥାଏ।

You might also like