ସେନା ପାଇଁ ସର୍ବାଧିକ ଖର୍ଚ୍ଚ କରୁଛନ୍ତି ଚାଇନା, ଭାରତ

ଲଣ୍ଡନ: ଅଧିକାଂଶ ଦେଶ ଏବେ ନିଜର ପ୍ରତିରକ୍ଷା ବିଭାଗକୁ ସକ୍ରିୟ କରିବା ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି । ପ୍ରତିରକ୍ଷା ଖର୍ଚ୍ଚକୁ ମଧ୍ୟ ବଢାଇ ଦେଇଛନ୍ତି । ଆମେରିକା ପରେ ଚୀନ ଏବଂ ଭାରତ ସୈନ୍ୟମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି । ଏ ନେଇ ହୋଇଥିବା ଏକ ସର୍ଭେରେ ଚୀନ୍ ୨ୟ ଏବଂ ଭାରତ ତୃତୀୟ ସ୍ଥାନରେ ଅଛି ।

ଏ ସମ୍ପର୍କରେ  ଷ୍ଟକହୋମ ସ୍ଥିତ ଏକ ଅନୁଷ୍ଠାନ ପକ୍ଷରୁ ସର୍ଭେ ହୋଇଥିଲା । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି, ପ୍ରଥମ ଥର ପାଇଁ ଏକ ଏସିଆର ଦୁଇ ପ୍ରମୁଖ ଦେଶ ଯାହାର ସୈନ୍ୟମାନଙ୍କ ପାଇଁ ହେଉଥିବା ଖର୍ଚ୍ଚ ବିଶ୍ୱରେ ସବୁଠାରୁ ଅଧିକ

ଷ୍ଟକହୋମ ଇଣ୍ଟରନାଶନାଲ ପିସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (SIPRI ) ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି, ବିଶ୍ୱରେ ହେଉଥିବା ସୈନ୍ୟ ଖର୍ଚ୍ଚ ୨୦୧୯ରେ ବୃଦ୍ଧି ପାଇ ୧୯୧୭ ଅରବ ୟୁଏସ ଡଲାରରେ ପହଞ୍ଚିଛି । ରିପୋର୍ଟରେ କୁହାଯାଇଛି ସୈନ୍ୟମାନଙ୍କ ପାଇଁ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛି ଆମେରିକା । ଚୀନ ଦ୍ୱିତୀୟ ଏବଂ ଭାରତ ତୃତୀୟ ସ୍ଥାନରେ ରହିଛି ।

ଚୀନର ସୈନ୍ୟ ଖର୍ଚ୍ଚ ୨୦୧୯ରେ ୨୬୧ ୟୁଏସ ଅରବ ଡଲାରରେ ପହଞ୍ଚିଥିବାବେଳେ ୨୦୧୮ ତୁଳନାରେ ଏଥିରେ ୫.୧ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଭାରତରେ ସୈନ୍ୟ ଖର୍ଚ୍ଚ ୬.୮ ପ୍ରତିଶତ ବୃଦ୍ଧି ପାଇ ୭୧.୧ ଅରବ ଡଲାରରେ ପହଞ୍ଚିଛି ।

SIPRIର ବରିଷ୍ଠ ରିସର୍ଚ୍ଚର ସିଏମନ ଟି ବେଜମ୍ୟାନ କହିଛନ୍ତି, ଭାରତର ସୈନ୍ୟ ଖର୍ଚ୍ଚ ଏତେ ମାତ୍ରାରେ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ପାକିସ୍ତାନ ଏବଂ ଚୀନ ସହ ଲାଗି ରହିଥିବା ବିବାଦ । ଏହି କାରଣରୁ ୨୦୧୮ ତୁଳନାରେ ୨୦୧୯ର ସୈନ୍ୟ ଖର୍ଚ୍ଚରେ ୩.୬ ପ୍ରତିଶତ ବୃଦ୍ଧି ଘଟିଥିଲା । ୨୦୧୦ ପରେ ଏହା ସବୁଠାରୁ ଅଧିକ ବୃଦ୍ଧି ହାର ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି, ବିଶ୍ୱର ସମୁଦାୟ ସୈନ୍ୟ ଖର୍ଚ୍ଚରୁ ୬୨ ପ୍ରତିଶତ ୫ଟି ଦେଶ କରୁଛନ୍ତି। ଆଉ ସେଗୁଡ଼ିକ ହେଲା ଆମେରିକା, ଚୀନ, ଭାରତ, ଋଷ ଏବଂ ସାଉଦି ଆରବ । ଜାପାନରେ ୪୭.୬ ଅରବ ଡଲାର, ଦକ୍ଷିଣ କୋରିଆ ୪୩.୯ ଅରବ ଡଲାର ଖର୍ଚ୍ଚ କରୁଛନ୍ତି ।

You might also like