କରୋନା କବଳରେ ନ୍ୟୁୟର୍କ, ଦିନକରେ ମୃତ୍ୟୁ ସଂଖ୍ୟା ୭୦୦୦ ଟପିଲା

ଭୁବନେଶ୍ୱର: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ପାଖାପାଖି ଲକ୍ଷେ ଲୋକଙ୍କ ଜୀବନ ନେବାକୁ ବସିଲାଣି ମହାମାରୀ କରୋନା। ଆଜି ସୁଦ୍ଧା ଏ ଭାଇରସ ଦ୍ୱାରା ବିଶ୍ୱର ୧୬ ଲକ୍ଷ ୩୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ୯୭ ହଜାର ୫୦୦ ଲୋକଙ୍କ ଜୀବନ ଗଲାଣି।

ଆମେରିକାରେ ସର୍ବାଧିକ ୪ ଲକ୍ଷ ୭୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ଟପିଲାଣି। କେବଳ ନ୍ୟୁୟର୍କରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସ୍ପେନରେ ଗୋଟିଏ ଦିନରେ ୪୦୦ ଲୋକ ପ୍ରାଣ ହରାଇଛନ୍ତି। ସେଠାରେ ମୃତ୍ୟୁ ସଂଖ୍ୟା ୧୫ ହଜାର ୮୦୦ ପାର କଲାଣି ଇଟାଲୀରେ ସର୍ବାଧିକ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଫ୍ରାନ୍ସରେ ବି ୧୨ ହଜାର ୨୦୦ ମୁଣ୍ଡ ନେଲାଣି କରୋନା।

ବେଲଜିୟମରେ ବି ଗୋଟିଏ ଦିନରେ ପ୍ରାୟ ୫୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଏପଟେ କରୋନା ସଂକ୍ରମିତ ହୋଇଥିବା ଗୁରୁତର ହୋଇ ପଡ଼ିଥିବା ୟୁକେର ପ୍ରଧାନମନ୍ତ୍ରୀ ବାରିସ୍ ଜନ୍ସନ୍ ଆଇସିୟୁରୁ ବାହାରି ଓ୍ୱାର୍ଡକୁ ଆସିଛନ୍ତି।

You might also like