ବୁର୍ଖା ପିନ୍ଧି କଲେଜ ଆସିଲେ ଛାତ୍ରୀ, ବାଡ଼ି ଧରି ଗୋଡ଼ାଇଲେ ପ୍ରିନ୍ସିପାଲ୍

ଲକ୍ଷ୍ନୌ: ସାଧାରଣତଃ କଲେଜକୁ ଝିଅମାନେ ପିନ୍ଧି ଆସୁଥିବା ଡ୍ରେସକୁ ନେଇ ବିବାଦ ଦେଖାଯାଇଥାଏ। ମୁଖ୍ୟତଃ ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ନେଇ ବାରଣ କରାଯାଇ ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଇଥାଏ। ହେଲେ ୟୁପି ଫିରୋଜାବାଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନ୍‌ସିପାଲ୍‌ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ।

ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ କହିଛନ୍ତି କଲେଜକୁ ସମସ୍ତେ ୟୁନିଫର୍ମ ପିନ୍ଧି ଆସିବାକୁ ପଡ଼ିବ। ଆସନ୍ତାକାଲିଠାରୁ ବିନା ପରିଚୟ ପତ୍ର ଏବଂ ୟୁନିଫର୍ମରେ କେହି କଲେଜ ଆସିପାରିବେ ନାହିଁ। ବୁର୍ଖାକୁ କେବେ ଡ୍ରେସ ବୋଲି କୁହାଯାଇପାରିବନି। ତେଣୁ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମରେ ଆସିବା ଦରକରାର ବୋଲି ସେ କହିଛନ୍ତି।

ଏବେ ଉକ୍ତ କଲେଜରେ ପୁଲିସ କଡ଼ା ପହରା ଦେଉଛି। ଯେଉଁ ଝିଅ ବୁର୍ଖା ପିନ୍ଧି ଆସିଛନ୍ତି ତାଙ୍କୁ କଲେଜ ପାଖରେ ଥିବା ବସଷ୍ଟାଣ୍ଡକୁ ଯାଇ ବୁର୍ଖା ଖୋଲି ଆସିବା ପାଇଁ କୁହାଯାଉଛି। ଏମିତିକି ସୁରକ୍ଷା ଦୃଷ୍ଟିରେ କଲେଜରେ ପୁଲିସ ମୁତୟନ ହୋଇଛନ୍ତି।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like