ଯେଉଁଦିନ ହାତ ଛାଡ଼ି ଦେଲା ପ୍ରେମିକା, ସେଦିନ ହାତରେ ଲାଗିଲା କୁବେର ଭଣ୍ଡାର

ଜୋହାନ୍ସବର୍ଗ: ହୃଦୟ ଦେଇ ଯାହାକୁ ଭଲ ପାଉଥିଲେ ସେ ଠିକ୍‌ ସମୟରେ ହାତ ଛାଡ଼ି ଦେଲେ। ଭାଙ୍ଗି ପଡ଼ିଥିଲେ। ଜୀଇଁବାର ସବୁ ଦିଗ ତାଙ୍କୁ ଅନ୍ଧାର ଦିଶୁଥିଲା। ହେଲେ ଏହି ଦୁଃଖ ତାଙ୍କ ପାଇଁ ବେଶି ସମୟ ରହି ନ ଥିଲେ। ମାତ୍ର କେଇ ଘଣ୍ଟା ଭିତରେ ହଠାତ୍‌ ଏମିତି ଖବର ଆସିଲା, ଯାହା ତାଙ୍କ ଜୀବନର ଗତପଥ ବଦଳାଇ ଦେଇଥିଲା। ତାଙ୍କ ହାତରେ ଲାଗିଥିଲା ଯେମିତି କୁବେର ଭଣ୍ଡାର ! ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ।

ଜୋହାନ୍ସବର୍ଗ ସହରରେ ରହୁଥିବା ବାଲେ ଜାନ୍ (ପରିବର୍ତ୍ତିତ ନାମ)ଙ୍କୁ ତାଙ୍କ ପ଼୍ରେମିକା ଛାଡ଼ି ଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ୩ ମିଲିୟନ ପାଉଣ୍ଡ ଅର୍ଥାତ୍‌ ୩୦ କୋଟି ଟଙ୍କାର ଲଟେରୀ ଉଠିଛି। ଜାନ୍‌ ଏହି ଲଟେରୀ ପାଇବା ପରେ ଏତେ ଖୁସି ହୋଇ ଯାଇଥିଲେ ଯେ  ନିଜ ଗର୍ଲଫ୍ରେଣ୍ଡଙ୍କୁ କ୍ଷମା କରିବା ସହ ତାଙ୍କୁ ଏକ ଫ୍ରିଜ ଉପହାର ଦେଇଛନ୍ତି।

ଆଇୱିଟ୍‌ନେସ ନ୍ୟୁଜ୍‌ ରିପୋର୍ଟ ଅନୁସାରେ, ଜାନ୍‌ ଏହି ଖବର ପାଇବା ପରେ ଏତେମାତ୍ରାରେ ଖୁସି ହୋଇଗଲେ ଯେ, ନିଜକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ଥଣ୍ଡା ପାଣିରେ ଗାଧୋଇବାକୁ ପଡ଼ିଥିଲା। ଜାନ୍‌ ଏକ ଫାଇନାନ୍ସ କମ୍ପାନୀରେ ଚାକିରୀ କରନ୍ତି। ଜାନ୍‌  ଜାନୁଆରୀ ୧୫ ତାରିଖ ନାଶନାଲ ଲଟେରୀ ଜିତିଥିଲେ। ପରେ ଜାନୁଆରୀ ୧୭ ତାରିଖ ସେ ଲଟେରୀ ଅଫସ ଅଫିସ ଯାଇ କେମିତି ଟଙ୍କା ପାଇବେ ତାହାର ଯାଞ୍ଚ କରିଥିଲେ।

ଜାନ୍‌ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଏତେ ଟଙ୍କା ପାଇବି, ଭାବିଲେ ମୋତେ ଏବେ ବି ବିଶ୍ୱାସ ହେଉନି। ବର୍ତ୍ତମାନ ସୁଦ୍ଧା ମୁଁ ମାତ୍ର ୨୩୦୦ ଟଙ୍କାର ଲଟେରୀ ଜିତିଥିଲି। ଯାହା ବି ହେଉ, ମୋର ଲିଭ୍ ଇନ ଗର୍ଲଫ୍ରେଣ୍ଡ ମୋଠାରୁ ଅଲଗା ହୋଇଯିବାରୁ ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଥିଲି। ହେଲେ ଶୁକ୍ରବାର ରାତିରେ ଲଟେରୀ ରେଜଲ୍ଟ ଜାଣିଲି।  ହେଲେ ସେ ସମୟରେ ମୁଁ ସମ୍ପୂର୍ଣ୍ଣ ଏକା ଥିଲି। କାରଣ ମୋ ଗର୍ଲଫ୍ରେଣ୍ଡ ମୋଠରୀ ଅଲଗା ହୋଇ ଯାଇଥିଲା ।ଏବେ ମୁଁ ଭାବୁଛି କି ମୁଁ ପ୍ରକୃତରେ ଜିତି ଯାଇଛି।’

ସବୁଠାରୁ ମଜା କଥା ହେଉଛି, ରାଜଲ୍ଟ ଜାଣିବା ପରେ ପ୍ରଥମେ ମୁଁ ଏତେ ଖୁସି ହୋଇଗଲି ଯେ, ଯାଇ ଥଣ୍ଡା ପାଣିରେ ଗାଧୋଇ ପଡ଼ିଲି। ପରେ ଆସି ଆସି ଆଉ ଥରେ ଦେଖିଲି। ଏତେ ପରିମାଣର ଟଙ୍କା ଜିତିବା ପରେ ବି ଜାନ୍‌ ଚାକିରୀ ଛାଡ଼ିବେ ନାହିଁ। ଏହି ଟଙ୍କାକୁ ନିବେଶ କରିବା ଏବଂ ଦାନ କରିବା ଦିଗରେ ଖର୍ଚ୍ଚ କରିବେ। ତେବେ ଜିନ୍‌ କହିଛନ୍ତି, ଏହି ଟଙ୍କାରେ ସେ ଗର୍ଲଫ୍ରେଣ୍ଡ ପାଇ ଏକ ୱାଶଂ ମେସିନ ଓ ଫ୍ରିଜ କିଣିବେ ଏବଂ ଏସବୁ ତାଙ୍କୁ ଉପହାର ଦେଇ ‘ମୋ ମନରେ କୌଣସି ଅଭିଯୋଗ ନାହିଁ ବୋଲି କହିବେ।
…..

You might also like