ଏକେ-୪୭ ଧରି ଏମିତି ଧମକ ଦେଲେ ଯୁବତୀ..

ୱାଶିଂଟନ: ଛାତ୍ରଛାତ୍ରୀ ତଥା ଯୁବପୀଢିଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ହିଂସା ମନୋଭାବ। ଏହାର ଅନେକ ଉଦାହରଣ ଆମେ ଶୁଣି ଆସିଛୁ। ଏଠାରେ ଆମେ କହିବାକୁ ଯାଉଥିବା ଘଟଣା ଏହାର ଆଉ ଏକ ପୁନରାବୃତ୍ତି। ତେବେ ଏହି ଅପରାଧର ନାୟିକା ଜଣେ ଯୁବତୀ । ଯୁବତୀ ଜଣକ ଏକେ-୪୭ ଧରି ୪୦୦ ଲୋକଙ୍କୁ ଗୁଳିକରି ହତ୍ୟା କରିବା ପାଇଁ କୁଆଡ଼େ ଧମକ ଦେଇଥିଲେ। ତେବେ ପ୍ରଶ୍ନ ଉଠେ କାହିଁକି ସେ ଏପରି କଲେ ? ହଁ, ଘଟଣାର ପଛର କାରଣ ସେ ଯାହା କହିଲେ ତାହା ଥିଲା ଏମିତି..।

ଆମେରିକାର ଓକ୍ଲାହୋମର ୧୮ ବର୍ଷର ଯୁବତୀ ଏଲେକ୍ସିସ୍‌ ୱିଲ୍‌ସନ ୪୦୦ ଜଣଙ୍କୁ ଗୁଳି ମାରିଦେବ ବୋଲି ଧମକ ଦେଇ ଏବେ ଗିରଫ ହୋଇଛନ୍ତି ।  ପୁଲିସ ତାଙ୍କ ପାଖରୁ ରାଇଫଲ ଜବତ କରିବା  ସହ ଗିରଫ କରିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଏହି କିଶୋରୀ ଜଣକ ଯେଉଁମାନଙ୍କୁ ଗୁଳି କରିଦେବେ ବୋଲି ଧମକ  ଦେଇଛନ୍ତି, ସେମାନଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ସହ ପୂର୍ବରୁ ପଢୁଥିଲେ। ୱିଲ୍‌ସନଙ୍କୁ ସ୍ଥାନୀୟ ଜେଲ୍‌ରେ ୨ ଲକ୍ଷ ୫୦ ହଜାର ଡଲାର ବଣ୍ଡରେ ରଖାଯାଇଛି।

ଖବର ଅନୁସାରେ, ୱିଲସନ୍‌ ଏକ ପିଜା ରେଷ୍ଟୁରାଣ୍ଟରେ ତାଙ୍କର ସହକର୍ମୀଙ୍କୁ କହିଥିଲେ କି, ସେ ଏକ ସେମି ଅଟୋମେଟିକ ଏକେ-୪୭ ରାଇଫଲ କିଣିଛନ୍ତି। ଏହା ପରେ ଉକ୍ତ ସହକର୍ମୀମାନେ ପୁଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ  ୱିଲସନ୍‌ ଏକ ରାଇଫଲ ଧରି ଠିଆ ହୋଇଥିବାର ଫଟୋ ଦେଖାଇଲା ଏବଂ କହୁଛନ୍ତି ଯେ, ତାର ପୁରୁଣା ସ୍କୁଲର କିଛି ଲୋକଙ୍କୁ ଏହି ରାଇଫଲରେ ଗୁଳି କରିବେ।

ପୁଲିସ ଖବର ପାଇ  ୱିଲସନଙ୍କୁ ତାଙ୍କ ଘର ନିକଟରୁ ଗିରଫ କରିଛି। ତେବେ ପୁଲିସ ତାଙ୍କୁ ଯେତେବେଳେ ଏହି ବିଷୟରେ ପଚାରିଲେ, ସେତେବେଳେ ସେ ଏହାକୁ ଖଣ୍ଡନ କରିବା ସହ ମଜାରେ କହିଥିବା ସୂଚନା ଦେଇଥିଲେ।  କିନ୍ତୁ ପୁଲିସ ତାଙ୍କ ଘରୁ ରାଇଫଲ ସହ ଉଚ୍ଚ କ୍ଷମତାଯୁକ୍ତ ମାଗାଜିନ୍ ଏବଂ ଆଉ କେତେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି।

ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ତାଙ୍କୁ କିଛି ଦିନ ତଳୁ ସ୍କୁଲରୁ କାଢି ଦିଆଯାଇଥିବା କହିଥିଲେ। ଛୁରୀ ନେଇ ଆସୁଥିବା କାରଣରୁ ୱିଲସନଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ତେବେ ଏହି ମାମଲାରେ ଯଦି ୱିଲସନ୍‌ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେଲ ଭୋଗିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like