• translate
Prangyan Parimita

ଗାଜିଆବାଦ : ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଟ୍ୱିଟର ବିରୋଧରେ ମାମଲା ରୁଜୁ । ଗାଜିଆବାଦର ଲୋନି ବୋର୍ଡର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ମାଡପିଟ୍ ଓ ଅଭଦ୍ର ଆଚରଣର ଭିଡିଓ ଭାଇରାଲ ହେଉଛି । ଏହି ମାମଲାରେ ଟ୍ୱିଟର ବିରୁଦ୍ଧରେ ମାମଲା ରୁଜ କରିଛି ପୋଲିସ୍ । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇ ଥିବା ନେଇ ଟ୍ୱିଟର ବିରୋଧରେ ଅଭିଯୋଗ ହୋଇଛି । ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଥିବାେ ବେଳେ ୟୁପି ପୋଲିସ ଟ୍ୱିଟର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ୟୁପିର ଗାଜିଆବାଦରେ ଜଣେ ବୃଢ଼ା ଲୋକଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେବାପରେ, ଏହି ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିଲା । ରାହୁଲ ଗାନ୍ଧୀ ଏ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିିଲେ । ଅନ୍ୟପଟେ ଉତ୍ତର ପ୍ରଦେଶକୁ ବଦନାମ ନକରିବାକୁ ଯୋଗୀ ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଥିଲେ । ଏବେ ୟୁପି ପୋଲିସ ଏ ମାମଲାକୁ ଗମ୍ଭୀରତାର ସହ ନେଇ ଆକ୍ସନ ମୋଡରେ ଆସିଛି । ଧାର୍ମିକ ଭାବନା ବିରୋଧରେ ଲୋକଙ୍କୁ ଉସକାଇବା ସମ୍ମନ୍ଧିତ ଧାରା ଅନୁସାରେ ଟ୍ୱିଟର ବିରୁଦ୍ଧରେ ମାମଲା ରୁଜୁ କରିଛି ୟୁପି ପୋଲିସ୍ । ଏହା ପୂର୍ବରୁ ୟୁପି ପୋଲିସ କହିଥିଲା, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର ଯାଂଚ କରାଯାଇଛି ।

ସୋସିଆଲ ମିଡିଆରେ ବୃଦ୍ଧଙ୍କ ସହ ମାଡପିଟ୍‌, ଅଭଦ୍ର ଆଚରଣ, ଦାଢ଼ି କାଟିବା ଆଦିର ପ୍ରକୃତ କାରଣ ଜଣାପଡ଼ିଛି । ପୀଡିତ ଅବଦୁଲଙ୍କ ସମଦ ଜୁନ ୫ରେ ବୁଲନ୍ଦସହରରୁ ଲୋନି ବୋର୍ଡର ଆସିଥିଲେ । ଅବଦୁଲ ସମଦ ସେଠାରୁ ଆଉ ଜଣେ ବ୍ୟକ୍ତିଙ୍କ ସହ ମିଶି ମୁଖ୍ୟ ଅଭିଯୁକ୍ତ ପ୍ରବଶେ ଗୁଜ୍ଜରଙ୍କ ଘରକୁ ଯାଇଥିଲେ ।

ପୋଲିସ ସୂଚନା ଅନୁସାରେ ପ୍ରବଶେ ଗୁଜ୍ଜରଙ୍କ ଘରେ ପହଞ୍ଚିବାର କିଛି ସମୟ ପରେ କଲ୍ଲୁ, ଆରିଫ, ଆଦିଲ, ମୁଶାହିଦ୍ ଆଦି କିଛି ଯୁବକ ଆସିଥିଲେ ଓ ପ୍ରବଶେଙ୍କ ସହ ମିଶି ଅବଦୁଲଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ । ତାଙ୍କ କହିବା ଅନୁସାରେ ଅବଦୁଲ ତାବିଜ ତିଆରି କରିବା କାମ କରନ୍ତି । ତାଙ୍କ ଦେଇଥିବା ତାବିଜ ଓଲଟା ପ୍ରଭାବ ପକାଇଥିଲା । ଆଉ ଏହି କାରଣରୁ ଅବଦୁଲଙ୍କୁ ସେମାନେ ମାଡ଼ ମାରିଥିଲେ ।

ଅବଦୁଲ ସମଦ, ପ୍ରବେଶ, ଆଦିଲ, କଲ୍ଲୁ ପୂର୍ବରୁ ସମସ୍ତେ ପରିଚିତ । ଅବଦୁଲ ସମଦ ଗାଁରେ ଅନେକ ଲୋକଙ୍କୁ ତାବିଜ ଦେଇଛନ୍ତି । ଏହି ମାମଲାରେ ସମ୍ମନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ପ୍ରବଶେ ଗୁଜ୍ଜର, କଲ୍ଲୁ, ଆଦିଲଙ୍କୁ ଗରିଫ କରିଛି ପୋଲିସ ।

Other Stories