ଆଧାର ଦେଖାଇଲେ ଫଟାଫଟ୍‌ ମିଳିବ ପ୍ୟାନ୍‌ କାର୍ଡ

ନୂଆଦିଲ୍ଲୀ:ପାନ କାର୍ଡ କରିବା ପାଇଁ  ଆଉ ଚିନ୍ତା ନାହିଁ। ଯଦି ଆପଣଙ୍କ ପାଖରେ ଯଦି ଆଧାର ନମ୍ବର ଅଛି ତେବେ ଫଟାଫଟ୍‌ ଆପଣଙ୍କୁ ମିଳିଯିବ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ୍‌ PAN Card। ଏଥର ବଜେଟରେ ଏମିତି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ କହିଥିଲେ, ଆଧାର ଥିଲେ ପାନ୍‌ କାର୍ଡ ପାଇଁ ଫର୍ମ ବି ପୂରଣ କରିବାକୁ ପଡ଼ିବ ନାହିଁ। ଆଧାର ମାର୍ଡ ମାଧ୍ୟମରେ  କିପରି ତୁରନ୍ତ ପ୍ୟାନ କାର୍ଡ ଅନ୍‌ଲାଇନ୍‌ରେ ଆବଣ୍ଟନ କରାଯିବ ସେ ବ୍ୟବସ୍ଥାର ଆରମ୍ଭ ଖୁବ୍‌ ଶୀଘ୍ର କରାଯିବ।

ମନ୍ତ୍ରୀ କହିଥିଲେ, ଟାକ୍ସପେୟର୍ସଙ୍କ ସୁବିଧା ପାଇଁ ଖୁବ୍‌ ଶୀଘ୍ର ଏକ ବ୍ୟବସ୍ଥା ଲାଗୁ କରାଯିବ ଯେଉଁଥିରେ ଆଧାର ଜରିଆରେ ଅନ୍‌ଲାଇନ୍‌ରେ PAN ଆବଣ୍ଟନ କରାଯିବ। ଇନ୍‌କମ୍ ଟାକ୍ସ ଆଇନ ଅନୁଯାୟୀ, ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ବେଳେ ଆପଣଙ୍କୁ ଆଧାର ନମ୍ବର ଲେଖିବାକୁ ପଡ଼ିବ। ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆଧାର-ପାନ୍‌ ଲିଙ୍କ କରିବା ନିହାତି ଜରୁରୀ।

You might also like