ଏପ୍ରିଲ୍ ୧୮ ଯାଏ ଏହି ସ୍ଥାନରେ ବଢ଼ିଲା ଲକ୍‌ଡାଉନ୍‌

ବର୍ଲିନ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଲକ୍‌ଡାଉନ୍ ଅବଧି ବଢ଼ା ଯାଇଛି। ଏପ୍ରିଲ୍ ୧୮ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଚାନ୍ସଲର୍ ଆଞ୍ଜେଲା ମର୍କେଲ ଘୋଷଣା କରିଛନ୍ତି। ଜର୍ମାନୀର ୧୬ଟି ରାଜ୍ୟର ପ୍ରମୁଖଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ଏହାସହ ବାହାରେ କିମ୍ବା ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି।

ଜର୍ମାନୀରେ ମାର୍ଚ୍ଚ ୨୮ ତାରିଖ ଯାଏ ଲକ୍‌ଡାଉନ୍ ଲାଗୁ ହୋଇଥିଲା। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଲକ୍‌ଡାଉନ୍ ଅବଧିକୁ ବଢ଼ା ଯାଇଛି।

You might also like