ଜାନୁଆରୀ ୩୧ ଯାଏ ଏହି ସ୍ଥାନରେ ବଢ଼ିଲା ଲକ୍‌ଡାଉନ୍‌

ବର୍ଲିନ୍‌: କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ଜର୍ମାନୀରେ ଜାନୁଆରୀ ୩୧ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା, ଜନଗହଳିକୁ ଏଡ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି।

ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି, ସେ ସବୁ ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି। ନୂଆବର୍ଷ ଓ ଖ୍ରୀଷ୍ଟମାସ ପାଳନ ପରେ ଦେଶରେ ଏବେ ସଂକ୍ରମଣ ହାର ବଢୁଥିବାରୁ ଲୋକଙ୍କ ଜୀବନ ରକ୍ଷା ଲାଗି ସରକାର ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ମର୍କେଲ କହିଛନ୍ତି। ଏହା ପୂର୍ବରୁୁ ଗତ ନଭେମ୍ବର ମାସରେ ଜର୍ମାନୀରେ ଆଂଶିକ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ରେଷ୍ଟୁରାଣ୍ଟ, ବାର୍‌‌, ପାର୍କ ଓ ଷ୍ଟାଡିୟମ ସବୁ ବନ୍ଦ କରି ଦିଆଯାଇଥିଲା।

ସୂଚନାଥାଉ କି, କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍ ସୋମବାର ଏହି ଘୋଷଣା କରିଛନ୍ତି। ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ stay-at-home ଲକ୍‌ଡାଉନ୍ ବଳବତ୍ତର ରହିବ। ମହାମାରୀ କରୋନା ଭାଇରସ୍‌ ଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍ ଏହି ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

କେବଳ ଜରୁରୀ କାମରେ ଲୋକେ ଘରୁ ବାହାରି ପାରିବେ। ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତିକରୋନା ସଂକ୍ରମଣ ଯେପରି ଭାବେ ବଢ଼ି ଚାଲିଛି, ଆମକୁ ଆହୁରି ସଂଘର୍ଷ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ କହିଛନ୍ତି।

ସୂଚନାଥାଉ କି, କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ନଭେମ୍ବର ୫ରୁ ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଥିଲା। ଲକ୍‌ଡାଉନ୍‌ ନେଇ ନଭେମ୍ବର ୧ ତାରିଖରେ ଘୋଷଣା ହୋଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିଥିଲା।

ଅନ୍ୟପକ୍ଷରେ, କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଭାଇରସ୍‌ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ। କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

You might also like