ଜାଣି ଜାଣି କରୋନା ସଂକ୍ରମିତ ହେଲେ ମେୟର

ବର୍ଲିନ: ପୁରା ଦୁନିଆରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସମସ୍ତଙ୍କୁ ସୋଶିଆଲ ଡିଷ୍ଟାନ୍ସ ରକ୍ଷା କରିବାକୁ କୁହାଯାଇଛି। ଏକାଧିକ ଲୋକ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି । କାରଣ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଭୟ ରହିଛି । ହେଲେ ଏପରି ସମୟରେ ବର୍ଲିନର ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଲିନର ଜଣେ ମେୟର ଜାଣି ଜାଣି ନିଜକୁ କରୋନା ସଂକ୍ରମିତ କରିଦେଲେ।

ବର୍ଲିନର ଜଣେ ମେୟର ବୁଧବାର ଏକ ସାକ୍ଷାତକାରରେ କହିଥିଲେ,  ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ତେବେ କିପରି କରୋନା ସଂକ୍ରମିତ ହେଲେ ବୋଲି ପଚରାଯିବାରୁ ସେ ଯେଉଁ ଉତ୍ତର ଦେଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ମେୟର ଜଣକ କହିଥିଲେ, ତାଙ୍କ ପତ୍ନୀ ପ୍ରଥମେ କରୋନା ଭାଇରସ ଆକ୍ରାନ୍ତ ହୋଇଥିଲେ। ସେତେବେଳେ ସେ ଭାବିଲେ ଏହି ରୋଗ ତାଙ୍କଠାରୁ ଅଳ୍ପ ଦୂରରେ। ସେ ନିଶ୍ଚୟ କରୋନା ଆକ୍ରାନ୍ତ ହେବେ।  ତେଣୁ ନିଜ ଇମ୍ୟୁନ ସିଷ୍ଟମ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ  ଆଗୁଆ ସଂକ୍ରମିତ ହେବାକୁ ଚାହିଁଲେ।  ଆଉ ଜାଣିଶୁଣି ପତ୍ନୀଙ୍କ ସଂସ୍ପର୍ଶରେ ଆସିଥିଲେ।  ଯାହା ଫଳରେ ସଂକ୍ରମିତ ହେଲେ। । କିନ୍ତୁ ସଂକ୍ରମଣ ପରର ଅନୁଭୂତି ବହୁତ ଦୁଃଖଦାୟକ ଥିଲା ବୋଲି ସେ କହିଥିଲେ।
ସ୍ଥାନୀୟ ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ସେ ବର୍ଲିନର ମିତ୍ତେ ଜିଲାର ମେୟର ଅଛନ୍ତି ।  ସ୍ଥାନୀୟ ଏକ ରେଡିଓରେ ସାକ୍ଷାତ ଦେଇ ଏପରି ଘଟଣାର ବର୍ଣ୍ଣନା କରିଥିଲେ । ସେ ନିଜ ଅନୁଭୂତି ବର୍ଣ୍ଣନା କରି  କହିଛନ୍ତି, ପ୍ରଥମେ ତ ଲାଗିଲା ୩ ଦିନ ଯାଏ ରୋଗଶଯ୍ୟାରେ ପଡିବେ । ତା’ ପରେ ସବୁ ଠିକ୍‌ ଠାକ ହୋଇଯିବ । ହେଲେ ଏହି ରୋଗ ସମସ୍ତଙ୍କ ଚିନ୍ତାରୁ କାହିଁ କେତେ ଉପରେ । ମୁଁ କଳ୍ପନା ବି କରି ନ ଥିଲି ଏହି ରୋଗ କେତେ ଭୟଙ୍କର ! ସେ ସମସ୍ତଙ୍କୁ ନିବେଦନ କରିଛନ୍ତି, ଡାକ୍ତରମାନେ ଯାହା କହୁଛନ୍ତି ସମସ୍ତେ ମାନନ୍ତୁ ।

You might also like