ଅମ୍ବାନୀଙ୍କ ଘର ପାଖରୁ ମିଳିଲା ବିସ୍ଫୋରକ ଥିବା ସନ୍ଦିଗ୍ଧ କାର

ମୁମ୍ବାଇ: ଭାରତର ସବୁଠାରୁ ବଡ ଧନୀ ତଥା ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ଘର ପାଖ ରାସ୍ତାରୁ ବିସ୍ଫୋରକ ଗାଡି ମିଳିଛି। ଗାଡି ଭିତରେ ବହୁ ପରିମାଣର ଜିଲେଟିନ୍ ଷ୍ଟିକ ଜବତ କରାଯାଇଛି। ଆଜି ସାରେ ମୁମ୍ବାଇ କାରମିକାଲ ରୋଡ୍ ଗାମଦେବୀ ପୋଲିସ ଷ୍ଟେସନ ନିକଟରେ ସନ୍ଦେହଜନକ ସ୍ଥିତିରେ ଏକ ଗାଡି ଦେଖିବାକୁ ମିଳିଥିଲା। ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ନିକଟରେ ଥିବା କାରରୁ ୨୦ରୁ ଅଧିକ ଜିଲୋଟିନ୍ ଜବତ ହେଲା।

ସଙ୍ଗେ ସଙ୍ଗେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅତ୍ୟନ୍ତ ସତର୍କତାର ସହ ଗାଡିକୁ ଯାଂଚ କରାଯାଇଥିଲା ଏବଂ ଗାଡି ମଧ୍ୟରୁ ବିସ୍ଫୋରକ ସାମଗ୍ରୀ ଜିଲେଟିନ୍ ଷ୍ଟିକ ମିଳିଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

You might also like