Israel-Hamas Conflict: ମିସାଇଲ ମାଡ଼ରେ ୨ ସେକେଣ୍ଡରେ ମାଟିରେ ମିଶିଗଲା ୧୨ ମହଲା ବିଶିଷ୍ଟ ଗାଜା ଟାଓ୍ୱାର୍

ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଗଲା ୧୨ ମହଲା ବିଶିଷ୍ଟ ଗାଜା ଟାଓ୍ୱାର୍ । ଇସ୍ରାଏଲର ମିସାଇଲ୍ ମାଡ଼ରେ ଭୟଙ୍କର ବିସ୍ଫୋରଣ ପରେ ଫିଲିସ୍ତିନରେ ଏହି ବିଶାଳ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ଅନ୍ତର୍ଜାତୀୟ ଗଣାମାଧ୍ୟମ ସଂସ୍ଥା ଆସୋସିସିଏଟେଡ୍ ପ୍ରେସ୍ ଓ ଅଲ୍-ଜଜିରା କାର୍ଯ୍ୟାଳୟ ସହ ଅନ୍ୟ କେତେକ ଅଫିସ୍ ଓ ରେସିଡେନ୍ସିଆଲ ଅଆପାର୍ଟମେଣ୍ଟ ଥିଲା ।

ମିଜାଇଲ୍ ମାଡ଼ର ମାତ୍ର ଘଣ୍ଟାଏ ପୂର୍ବରୁ ଲୋକଙ୍କୁ କୋଠା ଖାଲି କରିବାକୁ ସେନା ପକ୍ଷରୁ ଘୋଷଣା କରାଯାଇଥିଲା । ଆଖି ଆଗରେ ମାତ୍ର ୨ ସେକେଣ୍ଡରେ ପୁରା କୋଠା ଧ୍ୱଂସ ହୋଇଗଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଏହି କୋଠାକୁ ଇସ୍ରାଏଲ୍ କାହିଁକି ଟାର୍ଗେଟ୍ କଲା ସେନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଫିଲିସ୍ତିନ ଆତଙ୍କବାଦୀ ସଂଗଠନ ହମାସ୍ ଓ ଇସ୍ରାଏଲ୍ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ଧାରଣ କରିଛି । ଜେରୁଜେଲମରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ, ଏବେ ବହୁ ଅଞ୍ଚଳକୁ ବ୍ୟାପିଯାଇଛି । ପୂରା ଅଞ୍ଚଳରେ ଉତ୍ତେଜନା ଓ ଆତଙ୍କର ବାତାବରଣ ରହିଛି ।

ସେହିଭଳି ୧୩ ତାରିଖ ରାତିରେ ମଧ୍ୟ ଇସ୍ରାଏଲ ପକ୍ଷରୁ ହମାସ ଉପରକୁ ଜୋରଦାର ଆକ୍ରମଣ କରାଯାଇଥିଲା । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ ମାଡ଼ କରିଥିଲା ଇସ୍ରାଏଲ । ଏହି ମିସାଇଲ ମାଡ଼ ଦ୍ୱାରା ହମାସର ୧୫୦ରୁ ଅଧିକ ଠିକଣାକୁ ଧ୍ୱଂସ କରିବା ସହ ବଡ଼ କ୍ଷତି ଘଟାଇଛି ଇସ୍ରାଏଲ ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଥିଲା ଯେ, କ୍ଷେପଣାସ୍ତ୍ର ମାଧ୍ୟମରେ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଆକ୍ରମଣଠାରୁ ଏହା ସବୁଠାରୁ ଭୟଙ୍କର ବା ବଡ଼ ଆକ୍ରମଣ ଥିଲା । ଏହି ଆକ୍ରମଣରେ ହମାସର ଅନେକ ସୁଡ଼ଙ୍ଗ ଏବଂ ବଙ୍କର ଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ହମାସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ, ହମାସର ସବୁ ରକେଟ୍‌କୁ ଇସ୍ରାଏଲ ନିଜ ଆଇରନ୍‌ ଡୋମ୍‌ ଏରିୟଲ ଡିଫେନ୍ସ ସିଷ୍ଟମ୍‌ ଦ୍ୱାରା ଆକାଶରେ ହିଁ ଧ୍ୱଂସ କରିବାରେ ସଫଳ ହୋଇଛି । ହେଲେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଗାଜାରେ ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଥିଲା ।

You might also like