ଫଟୋରେ ଫଟୋରେ ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଟ୍ରାଜେଡି

ବିଶାଖାପାଟନମ୍‌: ବର୍ଷ ୨୦୨୦ ପ୍ରତ୍ୟୋକ ମାସ କିଛି ନା କିଛି ଦୁଃଖ ଖବର ଦେଉଛି।

Vizag gas leak: Civic body tells residents to stay indoors ...

ଦେଶ ଏବେ କରୋନା ମହାମାରୀ ସହିତ ଯୁଦ୍ଧ ଲଢୁଥିବା ବେଳେ ବିଶାଖାପାଟଣ ଗ୍ୟାସ୍‌ ଲିକ୍‌ ଘଟଣା ଦେଶକୁ ଦୋହଲାଇ ଦେଇଛି। ଏବଂ ମନେ ପକାଇଦେଇଛି ୧୯୮୪ ଲୋମଟାଙ୍କୁରା ଘଟଣା ଭୋପାଲ୍‌ ଗ୍ୟାସ୍‌ ଟ୍ରାଜେଡି କଥା।

ବିଶାଖାପାଟନମ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଅସୁସ୍ଥ ହୋଇଛନ୍ତି। ଘଟଣାରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ କୋଟିଏ ଟଙ୍କା ଚିକିତ୍ସିତଙ୍କୁ ୧୦ ଲକ୍ଷ ଓ ସୁସ୍ଥ ହୋଇ ଫେରିଥିବା ପୀଡ଼ିତଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ସରକାର।

ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଓ ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଘଟଣା ମର୍ମାହତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜଗତପ୍ରକାଶ ନଡ୍ଡା, କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ଦୁଃଖ ପ୍ରକାଶ କରିବା ସହିତ ଲୋକଙ୍କୁ ରିଲିଫ୍‌ ଯୋଗାଇବାକୁ ଦଳର କର୍ମୀମାନଙ୍କୁ କହିଛି କଂଗ୍ରେସ।

Image

ତେଲଗୁ ଷ୍ଟାର୍‌ ରିବି ତେଜା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଏହି ବର୍ଷ ଦିନକୁ ଦିନ ଖରାପ ହୋଇଚାଲିଛି ବୋଲି ସେ କହିଛନ୍ତି।

ସ୍ଥାନୀୟ ଲୋକଙ୍କୁ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବାକୁ ମ୍ୟୁନିସିପାଲ୍‌ଟି ଅଥୋରିଟି ନିବେଦନ କରିଛି। ଏଥିସହିତ ଓଦା ଓ ମୋଟା କପଡ଼ାରେ ମୁହଁକୁ ଢାଙ୍କିବାକୁ ପରାମର୍ଶ ଦେଇଛି।

ଏହି ଘଟଣାରେ ପାଖାପାଖି ୮୦୦ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମାନେ ଧୀରେ ଧୀରେ ସୁସ୍ଥ ହୋଇଥିବା ଆନ୍ଧ୍ର ପୁଲିସ୍ କହିଛି।

Image

ତେବେ ଏହି ଘଟଣାରେ କମ୍ପାନୀ ମ୍ୟାନେଜ୍‌ମେଣ୍ଟ ଟିମ ଦାୟୀ ରହିବେ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ କହିଛନ୍ତି।  ଲକ୍‌ଡାଉନ୍‌ ସମୟରେ ସେମାନେ ସତର୍କ ରହିବା କଥା ବୋଲି ମନ୍ତ୍ରୀ କହିଛନ୍ତି। ସାଉଥ୍‌ କୋରିଆ ମାଲିକାନାରେ ଏହି ପ୍ଲାଣ୍ଟ ଥିବା ସୂଚନା ମିଳିଛି।

Image

 

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like