ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ ।

ଅଭିଯୁକ୍ତ କାନପୁରରେ ପ୍ରଭାତ ଓ ଇଟାଓ୍ୱାରେ ରଣବୀରକୁ ଏନକାଉଣ୍ଟର କରାଯାଇଥିଲା । ପରେ ଏମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।  ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଫରିଦାବାଦରେ ଏକ ହୋଟେଲରେ ଚଢାଉ ବେଳେ ପୋଲିସ ପ୍ରଭାତକୁ ଧରିଥିଲା। ଅପରାଧୀମାନଙ୍କଠାରୁ ଗୋଳିଗୁଳା ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ କାନପୁରରେ ଏନକାଉଣ୍ଟର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ରାଜସ୍ଥାନର ଲୁଚି ରହିଥିବା ନେଇ ପୋଲିସ ସନ୍ଦେହ କରୁଛି ।

କାନପୁରରେ ୮ ପୋଲିସ କର୍ମୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଛି ଡନ୍ ବିକାଶ ଦୁବେ । ତାକୁ ଧରିବାକୁ ପୋଲିସ ଜୋରଦାର ଧରପଗଡ ଚଳାଇଛି ୟୁପି ପୋଲିସ । ବିକାଶ ଦୁବେକୁ ଧରିବା ପାଇଁ ହରିୟାଣା ଓ ଦିଲ୍ଲୀ ଏନଆରସି ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି ।

ଏଭିତରେ ବିକାଶ ନାଁରେ ଥିବା ପୁରସ୍କାର ରାଶିକୁ ମଧ୍ୟ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପଟେ ପୋଲିସ ରେଡ୍ ସଂପର୍କରେ ବିକାଶକୁ ଆଗୁଆ ଖବର ଦେଇଥିବା ଅଭିଯୋଗରେ ନିଲମ୍ବିତ ପୋଲିସ ଅଧିକାରୀ ବିନୟ ତିଓ୍ୱାରୀ ଓ ସବ୍ ଇନ୍ସପେକ୍ଟର କେକେ ଶର୍ମା ଗିରଫ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like