ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

କାନପୁର: ୮ ପୋଲିସ କର୍ମଚାରୀଙ୍କ ଗଣହତ୍ୟାର ମୁଖ୍ୟ ଆସାମୀ ତଥା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିଛି ପୁଲିସ।  ୭ ଦିନ ଧରି ଚକ୍ମା ଦେବା ପରେ ଆଜି ତାକୁ ଧରିଛି ମଧ୍ୟପ୍ରଦେଶ ଉଜୈନ ପୋଲିସ। ସ୍ଥାନୀୟ ମହାକାଳ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ପୁଲିସ ତାକୁ କାବୁ କରିଥିଲା। ତେବେ ବିକାଶ ଆତ୍ମସମର୍ପଣ କରିଛି ନା ପୋଲିସ ତାକୁ ଗିରଫ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ। ଏନ୍‌କାଉଣ୍ଟରରୁ ବର୍ତ୍ତିବା ଲାଗି ଏହା ବିକାଶର ସୁଚିନ୍ତିତ ଯୋଜନା ନୁହେଁ ତ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

ବିକାଶ ମହାକାଳ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ ତାର ଭିଭିଆଇପି ପାସ୍‌କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସେହିପରି ମନ୍ଦିର ପରିସରରେ ଥିବା ଜଣେ ଫୁଲ ଦୋକାନୀତାକୁ ଚିହ୍ନି ନେଇଥିବା କୁହାଯାଉଛି। ଦୋକାନୀ ଜଣଙ୍କ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ  ବିକାଶ ସଂପର୍କରେ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ପହଞ୍ଚି ତାକୁ କାବୁ କରିନେଇଥିଲା। ଏମିତିକି ଗିରଫଦାରୀ ସମୟରେ ସେ ବିକାଶ ଦୁବେ ଜୋରରେ ଚିଲେଇ ଥିଲା।

ବିକାଶର ଗିରଫଦାରୀ ପରେ ଆଶ୍ୱସ୍ତ ହୋଇଛି ଉତ୍ତରପ୍ରଦେଶ। ପୋଲିସ ବିକାଶକୁ ଟ୍ରାନଜିଟ୍ ରିମାଣ୍ଡରେ ନେବା ପରେ ତା ଅପରାଧ ସାମ୍ରାଜ୍ୟର ଖୋଳତାଡ଼ ଆରମ୍ଭ ହେବ।

ବିକାଶ ନାଁରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ଦାଦାବଟୀ ଆଦାୟ ଭଳି ୬୦ରୁ ଅଧିକ ମାମଲା। ଗାଁରେ ସଶସ୍ତ୍ର ଗ୍ୟାଙ୍ଗ ଗଢ଼ି ନିଜ ଅପରାଧ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା ବିକାଶ। ତେବେ କାନପୁର ଗୁଳିକାଣ୍ଡରେ ୮ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଥିବାରୁ ଏଥର ଆଇନ ପଞ୍ଝାରୁ ଖସିବା ତାପାଇଁ ଆଉ ସହଜ ହେବ ନାହିଁ।

ବିକାଶ ଗ୍ୟାଙ୍ଗରେ ୩୦ରୁ ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ଥିବା କୁହାଯାଉଛି। ତେବେ ଗତ ଦୁଇ ତାରିଖ ଘଟଣା ପରେ ତାର ପତ୍ତା ସାଫ୍ କରିବାରେ ଲାଗିଛି ୟୁପି ପୋଲିସ। ଗୁଳିକାଣ୍ଡ ଘଟଣା ପର ଦିନ ଅର୍ଥାତ୍ ଜୁଲାଇ ୩ ତାରିଖରେ ବିକାଶର ଦୁଇ ସହଯୋଗୀଙ୍କୁ ଢେର କରିଥିଲା। ପୋଲିସ ଜୁଲାଇ ୪ ତାରିଖରେ ତାର ଘର ଓ କାରଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା।

କାନପୁର ପ୍ରଶାସନ ଗତକାଲି ହରିୟାଣାର ଫରିଦାବାଦ୍‌ରେ ବିକାଶ ପୋଲିସକୁ ଚକ୍ମା ଦେଇ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ତାର ୩ ସହଯୋଗୀଙ୍କୁ ଧରିଥିଲା ୟୁପି ଏସଟିଏଫ୍। ତେବେ ହମିରପୁରରେ ପୋଲିସକୁ ମିଳିଥିଲା ବଡ଼ ସଫଳତା ବିକାଶ ଦୁବେର ସବୁଠୁ ବିଶ୍ୱସ୍ତ ସହଯୋଗୀ ଅମର ଦୁବେ ପୋଲିସ ଗୁଳିରେ ନିହତ ହୋଇଥିଲା। ସେହିପରି ଆଜି ସକାଳେ କାନପୁରରେ ବିକାଶର ସହଯୋଗୀ ପ୍ରଭାତ ମିଶ୍ରାକୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଇଟାଓ୍ୱାରେ ନିହତ ହୋଇଛି ଅନ୍ୟ ଜଣେ ସହଯୋଗୀ ବହୁଆ ଦୁବେ।

ଏପଟେ ବିକାଶ ଦୁବେ ଗିରଫଦାରୀକୁ ନେଇ ତେଜିଛି ବିବାଦ। ପୋଲିସର କଡ଼ା ନଜରସତ୍ତ୍ୱେ ସେ କିଭଳି ହରିୟଣା ଓ ସେଠାରୁ ମଧ୍ୟପ୍ରଦେଶ ଗଲା ବୋଲି ଉଠିଛି ପ୍ରଶ୍ନ। ସେହିପରି ତାକୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଛି ନା ସେ ଆତ୍ମସମର୍ପଣ କରିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗତକାଲି ରାତିରେ ଉଜୈନ ଡିଏମ୍ ଓ ଏସଏସ୍‌ପି ମହାକାଳ ମନ୍ଦିରରେ ପହଞ୍ଚିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଥିରୁ ବିକାଶର ଗିରଫଦାରୀ ଏକ ଡ୍ରାମା ବୋଲି କୁହାଯାଉଛି। ଏନ୍‌କାଉଣ୍ଟରରୁ ବର୍ତ୍ତିବା ଲାଗି ଏହା ବିକାଶର ଚାଲ ନା ତାକୁ ଏବେବି ବି କାହାର ପ୍ରଚ୍ଛଦ ସହଯୋଗ ଓ ସମର୍ଥନ ରହିଛି ତାକୁ ନେଇ ଚର୍ଚ୍ଚା ଚାଲିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like