ପ୍ରେମ ପାଇଁ ସଜା : ଗ୍ୟାଙ୍ଗଷ୍ଟରକୁ ହୃଦୟ ଦେଇ ୨ ମାସ ଜେଲ ଦଣ୍ଡ ଭୋଗିଲେ ଡାକ୍ତରଙ୍କ ଅଲିଅଳି ଝିଅ

ଅଲୱର: ଗ୍ୟାଙ୍ଗଷ୍ଟରକୁ ପ୍ରେମ କରିବା ମହଙ୍ଗା ପଡ଼ିଲା । ଡାକ୍ତରଙ୍କ ଅଲିଅଳି ଝିଅକୁ ଦୁଇ ମାସ ଆଠ ଦିନ ଜେଲରେ ସଜା କାଟିବାକୁ ପଡ଼ିଲା । ଭୁଲରେ ଗ୍ୟାଙ୍ଗଷ୍ଟର ସହ ପ୍ରେକ ସମ୍ପର୍କ ଗଢ଼ି ଉଠିଥିବା କହିବା ପରେ ତାଙ୍କୁ ଜାମିନ ମିଳିଛି । ଗ୍ୟାଙ୍ଗଷ୍ଟର ପପଲା ଗୁର୍ଜରର ଗଲଫ୍ରେଣ୍ଡ ଜିଆ ବୁଧବାର ସନ୍ଧ୍ୟାରେ ଅଲୱର ସେଣ୍ଟ୍ରାଲ ଜେଲରରୁ ମୁକୁଳିଛନ୍ତି ।  ବୟଫ୍ରେଣ୍ଡ ଅପରାଧିକ ମାମଲରେ ଜଡ଼ିତ ଥିବା ଜାଣିନଥିଲେ ବୋଲି କହିଛନ୍ତି ଜିୟା । ଜେଲରୁ ବାହାରକୁ ଆସିବା ପରେ ଜିୟା ନିଜ ବାପାଙ୍କୁ ଦେଖି ଜୋର ଜୋରରେ କାନ୍ଦିବାକୁ ଲାଗିଥିଲେ। ପପଲା ଗୁର୍ଜରର ପ୍ରେମିକା ଜିୟାଙ୍କୁ ଦୁଇ ମାସ ଆଠ ଦିନ ପରେ ନ୍ୟାୟାଳୟ ନିର୍ଦ୍ଦୋଶ ମାନି ଜାମିନ ପ୍ରଦାନ କରିଛନ୍ତି ।

ଜିୟାଙ୍କ ବପା ଚାନ୍ଦ ସିକନ୍ଦର ପେଶାରେ ଜଣେ ଡାକ୍ତର ଓ ମା ଜଣେ ଗୃହିଣୀ । ଜିଆର ଦୁଇ ଭଉଣୀ ଥିବା ବେଳେ ସମସ୍ତେ ଏବେ ପାଠ ପଢ଼ୁଛନ୍ତି । ୨୦୧୪ରେ ଭୋପାଳର ଏକ ନୱାବ ପରିବାରରେ ଅତି ଧୁମଧାମରେ ଜିୟାଙ୍କର ବିବାହ ହୋଇଥିଲା । କିନ୍ତୁ ସ୍ୱାମୀ ଅନ୍ୟ ଜଣେ ଝିଅ ସହ ପ୍ରେମ ସମ୍ପର୍କରେ ଥିବାରୁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା । ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ମହାରାଷ୍ଟ୍ର କୋହ୍ଲାପୁରରେ ଏକ ଜିମରେ ଟ୍ରେନର କାମ କରୁଥିଲେ ରିୟା । ଆଉ ସେଠାରେ ଗ୍ୟାଙ୍ଗଷ୍ଟଲ ପପଲା ସହ ତାଙ୍କର ଦେଖା ହୁଏ । ନିତି ଦିନିଆ ଦେଖା ଆଉ ତା’ପରେ କଥାବାର୍ତ୍ତାରୁ ସମ୍ପର୍କ ଧୀରେ ଧୀରେ ବଢ଼େ ।

ଦିଲ୍ଲୀରେ ରହୁଥିବା ସହ ବ୍ୟବସାୟ କରୁଥିବା କହି ଜିୟାଙ୍କୁ ମିଛ ମାୟାଜାଲରେ ଫସାଇ ରଖିଥିଲା ଗ୍ୟାଙ୍ଗଷ୍ଟର ପପଲା । ତାବାବନ୍ଦ ଯୋଗୁଁ ଫସି ଯାଇଥିବା କହି ପ୍ରେମ ଜାଲ ବୁଣିଥିଲା । ବେଶ କିଛି ଦିନ କଥାବାର୍ତ୍ତା ପରେ ପପଲା ଜିୟାଙ୍କୁ ନିଜର ଜିମ୍ ଖୋଲିବାକୁ ପରାମର୍ଶ ଦେଇଥିଲା । ତେବେ ଏଥିରେ ସବୁ ଟଙ୍କା ନିଜେ ଖର୍ଚ୍ଚ କରିବ କହି ଜିଆଙ୍କର ବିଶ୍ୱାସକୁ ଆହୁରି ଦୃଢ଼ୀଭୂତ କରିଥଲା ।  ଫଳରେ ଉଭୟଙ୍କ ମଧ୍ୟରେ ନୀବିଡ଼ତା ବଢ଼ି ବଢ଼ି ଚାଲିଲା । ତେବେ ପପଲାର ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ପୂରା ଅଜ୍ଞ ଥିଲେ ରିୟା ।

୨୮ ଜାପୁୟାରୀରେ ମହାରାଷ୍ଟ୍ର କୋଲ୍ହାପୁରରୁ ପପଲା ଗୁର୍ଜର ସହ ଜିୟାଙ୍କୁ ପୋଲିସ ଆରେଷ୍ଟ କରିଥିଲା  । ଆଉ ଏହା ପରେ ୭ ଦିନ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିଲା ଜିଆ । ୪ ଫେବୃୟାରୀ କୋର୍ଟ ତାଙ୍କୁ ଜେଲ ପଠାଇ ଦେଇଥିଲେ ।  ଆଉ ସେଠାରେ ତାଙ୍କୁ ୨ ମାସରୁ ଉର୍ଦ୍ଧ୍ୱ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଲା । ପପଲାର ଅପରାଧିକ ଦୁନିଆ ସହ ସମ୍ପର୍କ ଅଛି ବୋଲି ଜାଣିନଥିବା ପ୍ରକାଶ କରିବା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଅନ୍ୟପଟେ ପପଲା ସହ ତାଙ୍କର ଅନ୍ୟ କୌଣସି ପ୍ରକାର ସମ୍ମନ୍ଧ ନାହିଁ କିମ୍ବା ସହ ଗ୍ୟାଙ୍ଗଷ୍ଟର ଠାରୁ ସେ ଟଙ୍କା ଆଣି ନଥିବା ସ୍ପଷ୍ଟ କରିଛନ୍ତି ।

 

ପଢନ୍ତୁ : ବୟସ ମାତ୍ର ୧୦ ବର୍ଷ : ମାସିକ ଆୟ ୧୮ କୋଟି

You might also like