ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଔରଙ୍ଗାବାଦ: ମାଓବାଦୀରୁ ଗ୍ୟାଙ୍ଗଷ୍ଟର ବନିଥିବା ଟାଇଗରକୁ ବିହାରର ଔରଙ୍ଗାବାଦ ଜିଲ୍ଲାରେ ହତ୍ୟା କରାଯାଇଛି। ନକ୍ସଲ ପ୍ରବଣ ଏହି ଜିଲ୍ଲାରେ କିଛି ଲୋକ ଏକାଠି ହୋଇ ଟାଇଗର ଉପରକୁ ଅତି କମ୍ ରେ ୨୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଦୁଇଟି ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ବିବାଦର ଏହା ପରିଣାମ ହୋଇଥାଇପାରେ ବୋଲି ପୋଲିସ କହିଛି। ଏହି ଘଟଣା ପରେ ଔରଙ୍ଗାବାଦ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିହାର ନିର୍ବାଚନରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨୮ ତାରିଖରେ ଭୋଟଗ୍ରହଣ କରାଯିବ।

ମିଳିଥିବା ସୂଚନା ଅନୁସାରେ, ଟାଇଗରର ଘର ତାପ୍ରି ଗାଁରେ। ତାର ଭଲ ନାଁ ଜିତେନ୍ଦ୍ର ସିଂହ। ସେ ଓ ତାର ୩ ଜଣ ସାଙ୍ଗ ଗୋଟିଏ କାର୍‌ରେ ଯାଉଥିବା ବେଳେ ହଠାତ୍ ଅଜଣା ଦୁର୍ବୃର୍ତ୍ତମାନେ ଆକ୍ରମଣ କରିଥିଲେ। ସହର ବାହାରେ ଜି ଟି ରୋଡରେ ଏକ ଫୁଏଲ୍ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି।

ଟାଇଗରର ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା। ଟାଇଗରକୁ ସର୍ଦ୍ଦାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଟାଇଗର ସହିତ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରଖାନାରୁ ଖସି ଚାଲିଯାଇଛନ୍ତି। ଏହି ଦୁଇ ଜଣଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡିନାହିଁ।

ନକ୍ସଲଙ୍କ ଦ୍ୱାରା ହୋଇଥିବା ବହୁ ହିଂସାକାଣ୍ଡରେ ଟାଇଗର ସଂପୃକ୍ତ ଥିଲା। ଏପରିକି ତା ଘରୁ ପୂର୍ବରୁ ଏକ ଏକେ-୪୭ ରାଇଫଲ ବି ଜବତ ହୋଇଛି। ଏହି ଘଟଣା ପରେ ଉତ୍ତରପ୍ରଦେଶ- ବିହାର ସୀମାର ଗୋପାଳଗଞ୍ଜରେ ଦୁଇଜଣଙ୍କୁ ଦୁର୍ବୃର୍ତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ସହ ଡବଲ ମର୍ଡର ଘଟଣାର ସଂପର୍କ ଅଛି କି ନାହିଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ମାଓବାଦୀ ଭାବେ ଅପରାଧ ଘଟାଇ ପରେ ଗ୍ୟାଙ୍ଗଷ୍ଟର ହୋଇଥିବା ୪ ଜଣ କୁଖ୍ୟାତ ଅପରାଧୀ ପୂର୍ବରୁ ବିହାର ଓ ତେଲଙ୍ଗାନାରେ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

You might also like