ସ୍ୱଚ୍ଛ ହେଉଛି ଗଙ୍ଗା, ଯମୁନାର ଜଳ

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଦେଶରେ ପ୍ରଦୂଷଣ ମାତ୍ରା ଅନେକ ପରିମାଣରେ ହ୍ରାସ ପାଇଛି । କଳକାରଖାନା ବନ୍ଦ ଯୋଗୁଁ ଗଙ୍ଗା ଓ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଛି ।  ହରିଦ୍ୱାରରେ ଥିବା ହର କି ପୌରି ଘାଟରେ ଗଙ୍ଗା ନଦୀର ଜଳ ପୂର୍ବ ଅପେକ୍ଷା ଅନେକ ପରିମାଣରେ ନିର୍ମଳ ହୋଇଯାଇଛି ।

୨୧ ଦିନିଆ ଲକ୍‌ଡାଉନ୍ ଭିତରେ ଉତ୍ତରପ୍ରଦେଶରେ ଗଙ୍ଗାନଦୀର ଜଳରାଶି ସ୍ୱଚ୍ଛ ଓ ନିର୍ମଳ ଦିଶୁଛି। ସେହିପରି ବାରଣାସୀ ଓ କାନପୁରରେ ଏହି ଦିନମାନଙ୍କରେ ବାୟୁ ପ୍ରଦୁଷଣ ମଧ୍ୟ କମିଥିବା ଉତ୍ତର ପ୍ରଦେଶ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧିକାରୀ କହିଛନ୍ତି।

ସେପଟେ ଯମୁନା ନଦୀର ଜଳ ମଧ୍ୟ ସ୍ୱଚ୍ଛ ହୋଇଛି । ପୂର୍ବରୁ ପ୍ରଦୂଷଣ ଯୋଗୁଁ ଯମୁନା ନଦୀର ପାଣିରେ ହାତ ଧୋଇବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ନାପସନ୍ଦ କରୁଥିଲେ । ଲକ୍ ଡାଉନ ଭିତରେ ଯମୁନାର ପ୍ରଦୂଷଣ ମାତ୍ରା ହ୍ରାସ ହୋଇଥିବା ସ୍ଥାନୀୟ ପୂଜକ କହିଛନ୍ତି ।

ଦିଲ୍ଲୀ ଜଳବୋର୍ଡ ଉପାଧ୍ୟକ୍ଷ ରାଘବ ଚଡ୍‌ଢା କହିଛନ୍ତି, କଳକାରଖାନା ବନ୍ଦ ଯୋଗୁ ଯମୁନା ଜଳରେ ଆଉ ଅପମିଶ୍ରିତ, ବିଷାକ୍ତ ଜିନିଷ କିଛି ମିଶୁନି। ଯାହାଫଳରେ ଯମୁନାର ଜଳରାଶି ଏବେ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛ ଦିଶୁଛି।

 

You might also like