ହଠାତ୍ ବଦଳିଗଲା ଗଙ୍ଗା ନଦୀର ଜଳ

ବାରାଣାସୀ:ଧାର୍ମିକ ନଗରୀ କାଶୀରେ ଏକ ଅଜୀବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ହଠାତ୍‌ ଗଙ୍ଗାନଦୀ ପାଣିର ରଙ୍ଗ ବଦଳି ଯାଇଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ହଠାତ୍‌ ଗଙ୍ଗା ନଦୀର ପାଣି ସବୁଜ ରଙ୍ଗରେ ବଦଳି ଯାଇଥିଲା । ତେବେ ଗତ କିଛି ଦିନ ହେବ ଗଙ୍ଗା ନଦୀରେ ଅଧିକ ମାତ୍ରାରେ ଶୈବାଳ ଆସିଥିଲେ । ସେଥିପାଇଁ ନଦୀ ପାଣି ସବୁଜ ରଙ୍ଗର ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ ପାଣିର ଏପରି ରଙ୍ଗ ବଦଳକୁ ଦେଖି ଲୋକମାନଙ୍କ ମନରେ ଆତଙ୍କ ଖେଳି ଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶୈବାଳ ଜମା ହେବା କାରଣରୁ ଗଙ୍ଗାର ପ୍ରବାହ କମି ଯାଇଛି ଏବଂ ପାଣିର ରଙ୍ଗ ବଦଳି ଯାଇଛି । ତେବେ ଏହା ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ତେବେ ଗଙ୍ଗାରେ ଏତେ ମାତ୍ରାରେ ଶୈବାଳ ଦେଖି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଅଧିକାରୀ ଏହାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

ନମାମି ଗଙ୍ଗାର ସଂଯୋଜକ ରାଜେଶ ଶୁକ୍ଳା କହିଛନ୍ତି, ଗଙ୍ଗାର ପ୍ରବାହ କମ୍‌ ହୋବ ଯୋଗୁ ପାଣର ରଙ୍ଗ ବଦଳି ଏପରି ସବୁଜ ରଙ୍ଗର ହୋଇଯାଇଛି । ଗଙ୍ଗାର ପ୍ରବାହ ନିରନ୍ତର ରଖିବା ପାଇଁ ସେ ଗଙ୍ଗା ମନ୍ତ୍ରାଳୟକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଲୋକେ ଶବକୁ ମଧ୍ୟ ଗଙ୍ଗାରେ ପକାଇ ଦେଉଛନ୍ତି । ହେଲେ ସେମାନେ ଜାଣି ପାରୁନାହାନ୍ତି, ଏହାଦ୍ୱାରା ଗଙ୍ଗା କେତେ ପ୍ରଦୂଷିତ ହେଉଛି ।

ଅନ୍ୟପକ୍ଷେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି, ଗଙ୍ଗାର ରଙ୍ଗରେ ଏପରି ପରିବର୍ତ୍ତନ ଆସିବା କାରଣ ମାଇକ୍ରୋବିୟଲ ମାଇକ୍ରୋସିଷ୍ଟ ଅଟେ । ଏ ପ୍ରକାର ମାଇକ୍ରୋସିଷ୍ଟ ସାଧାରଣତଃ ଜମି ରହିଥିବା ପାଣି କିମ୍ବା ନାଳରେ ମିଳିଥାନ୍ତି । ଅଟକି ରହିଥିବା ପାଣିରେ ଏ ପ୍ରକାର ମାଇକ୍ରୋସିଷ୍ଟ ଅଧିକମାତ୍ରାରେ ବ୍ୟାପିଥାଏ । ତେବେ ଏ ପ୍ରକାର ମାଇକ୍ରୋସିଷ୍ଟ ଆଖପାଖରେ ଥିବା କୌଣସି ନାଳରୁ ଆସିଥାଇ ପାରେ । ଏହା ଦ୍ୱାରା ଗଙ୍ଗାର ପ୍ରବାହ ବାଧାପ୍ରାପ୍ତ ହୋଇପାରେ । ଯଦି ଏପରି ଲାଗି ରୁହେ ତେବେ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ ।

ସୂଚନାଥାଉ କି, ବର୍ଷାଦିନ ଆରମ୍ଭ ହେବାକ୍ଷଣି ଗଙ୍ଗାର କିଛି ଭାଗରେ ଏପରି ଶୈବାଳ ଦେଖିବାକୁ ମିଳିଥାଏ । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଏହି ଶୈବାଳର ଯାଞ୍ଚ ପାଇଁ ଲାବକୁ ପଠାଇଛନ୍ତି ।

You might also like