ଆମେରିକାରେ ଭାଙ୍ଗିଲେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ: ଆମେରିକାରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ପରେ ବିକ୍ଷୋଭ ନିଆଁ ତେଜିବାର ନାଁ ଧରୁନି। ୱାଶିଂଟନ୍ ଡିସି ସ୍ଥିତ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ବିକ୍ଷୋଭକାରୀ।
ସୂଚନା ଅନୁସାରେ, ଏହି ଘଟଣାରେ ଆମେରିକା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ମାମଲାରେ ଆମେରିକା ଦୁଃଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମାଗିଛି। ପ୍ରଦର୍ଶନକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପମାନ ସୂଚକ କାର୍ଯ୍ୟ ପାଇଁ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର୍ କ୍ଷମା ମାଗିଛନ୍ତି।
So sorry to see the desecration of the Gandhi statue in Washington, DC. Please accept our sincere apologies: Ken Juster, U.S. Ambassador to India (file pic) https://t.co/GxoSEQzCeN pic.twitter.com/weyy9Ur7oK
— ANI (@ANI) June 4, 2020
ମେ’ ୨୫ରେ ମିନେପୋଲିସ୍ରେ ପୁଲିସ୍ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍, ଜର୍ଜଙ୍କ ଗଳାକୁ ଚିପି ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ଆମେରିକାରେ ବିକ୍ଷୋଭ ନିଆଁ ତେଜିବା ଆରମ୍ଭ ହୋଇଥିଲା। ଯାହା ଧୀରେ ଧୀରେ ଗୋଟିଏ ସହରରୁ ଅନ୍ୟ ସହରକୁ ବ୍ୟାପିଥିଲା।