ପିପି-୧୪ ନିକଟରେ ପୁଣି ଚୀନ ସେନାର କ୍ୟାମ୍ପ, ଠୁଳ କରୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ପୁଣି ଚୀନ ତାର ଅସଲ ରୂପ ଦେଖାଇଛି।  ଗୋଟେପଟେ ସୀମାନ୍ତରେ ଉତ୍ତେଜନା ହ୍ରାସ କରିବା ପାଇଁ  ଆଲୋଚନା କରୁଥିବାବେଳେ ଅନ୍ୟପଟେ ସେନାର ଛାଉଣୀ କରିଛି। ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି।

ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରୁଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାସହ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଭାରିଜାନ ମଧ୍ୟ ଦେଖିବାକୁ ମିିଳିଛି।

ଏହି ଚିତ୍ର ଗତ ୨୨ ତାରିଖରେ ସାଟେଲାଇଟ ଦ୍ୱାରା ଉତ୍ତୋଳନ ହୋଇଛି । ଏପଟେ ଚୀନକୁ ଚ୍ୟାଲେଞ୍ଜ ଦେବା ପାଇଁ ସୀମାରେ ଫାଇଟର ଜେଟ୍ ଉଡାଇଛି ଭାରତ। ପୂର୍ବ ଲଦାଖ ଗଲଓ୍ୱାନ ଘାଟିରେ ଚୀନ ଓ ଭାରତୀୟ ସେନା ସଂଘର୍ଷ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ।

 

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

You might also like