ଏନକାଉଣ୍ଟରରେ ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସକୁ ଏକ ବଡ ସଫଳତା ମିଳିଛି।  ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟରରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଗଡ଼ଚିରୋଲି ଜିଲ୍ଲାର ଏଟାପଲ୍ଲୀର ଘନଦାଟ ଜଙ୍ଗଲରେ ହୋଇଛି ଏନକାଉଣ୍ଟର।  ଜଙ୍ଗଲରୁ ପ୍ରଥମେ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଆଉ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯିବା ପରେ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।  ଏହାପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍‌ ଏବଂ ନକ୍ସଲଙ୍କ ମଧ୍ୟରେ ଗଢଚରୌଲି ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ। ଗଢଚରୌଲି ଡିଆଇଜି ସନ୍ଦିପ ପାଟିଲଙ୍କ କହିବା ଅନୁସାରେ, ଏନକାଉଣ୍ଟର ଆଜି ସକାଳୁ ସକାଳୁ ହୋଇଛି। କୌଣସି ସୂତ୍ରରୁ ଜଙ୍ଗଲରେ ମାଓବାଦୀ ଥିବା ଖବର ପୋଲିସକୁ ମିଳିଥିଲା। ସେହି ଅନୁସାରେ ପୋଲିସ ଦିନକ ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା। ଏବେ ବି ଜଙ୍ଗଲରେ ତଲାସି ଅଭିଯାନ ଜାରି ରହିଛି।

ସୂତ୍ରରୁ ପ୍ରକାଶ ଯେ, କାସନସୁର ଦଲମର ମାଓବାଦୀମାନେ କେନ୍ଦୁପତ୍ର ଚୁକ୍ତି ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ। ମାଓବାଦୀମାନେ ଗ୍ରାମବାସୀଙ୍କୁ ଭେଟି ସକାଳେ ବିଦାୟ ନେବାକୁ ଯାଉଥିଲେ, ଏହି ସମୟରେ ପୋଲିସ ସୂଚନା ପାଇ ଆକ୍ରମଣ କରିଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ପଳାଇ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୁରକ୍ଷାକର୍ମୀ ଚାରିପଟୁ ଘେରି ରହିଥିବାରୁ ଯାଇ ପାରି ନ ଥିଲେ। ମାଓବାଦୀମାନେ ଗୁଳି ମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ।

ପୋଲିସ ମୃତ ନକ୍ସଲଙ୍କ ଶବକୁ ଜବତ କରିବା ସହ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ମୃତ ନକ୍ସଲଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ମୃତ ନକ୍ସଲମାନେ ଛତିଶଗଡ ଓ ମହରାଷ୍ଟ୍ରରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ସୂଚନାଥାଉ କି, ମାର୍ଚ୍ଚ ୨୯ରେ ଗଡଚିରୋଲିରେ ଏକ ଏନକାଉଣ୍ଟର ହୋଇଥିଲା ଏବଂ ଏଥିରେ ୨ ମହିଳାଙ୍କ ସମେତ ୫ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା।

You might also like