ଆଜି ପ୍ରଣବ ଦା’ଙ୍କ ଶେଷକୃତ୍ୟ, ଶେଷ ଦର୍ଶନ ପାଇଁ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ। ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ୧୦, ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବେ ପ୍ରମୁଖ ବ୍ୟକ୍ତି ବିଶେଷ। ଏଥିପାଇଁ ପ୍ରଣବ ଦା’ଙ୍କ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଥମେ ଗାର୍ଡ ଅଫ ଅନର୍, ଅନ୍ତିମ ଦର୍ଶନ ଏବଂ ପରେ ଶେଷକୃତ୍ୟ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।

ସକାଳ ୯ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ପ୍ରଣବ ଦା’ଙ୍କ ବାସଭବନରେ ଏନେଇ ବ୍ୟବସ୍ଥା କରାଯାଇଛି। ପ୍ରଥମେ ୯ଟା ୧୫ରୁ ୧୦ଟା ୧୫ ମିନିଟ୍ ଯାଏ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧିକାରୀ ଓ ଉଚ୍ଚପଦସ୍ତ ଅଧିକାରୀ ଶେଷ ଦର୍ଶନ କରିବେ। ଏହାପରେ ଦିନ ୧୧ଟା ଯାଏ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଅନ୍ତିମ ବିଦାୟ ଦେବେ। ଏହାପରେ ଶେଷ ଘଣ୍ଟାଏ ସାଧାରଣ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। 

ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରମୁଖ ବ୍ୟକ୍ତି ବିଶେଷ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପଢ଼ନ୍ତୁ: ପ୍ରଣବ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

୮୪ ବର୍ଷ ବୟସରେ ଗତକାଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଥିଲା। ସେ ଦେଶର ୧୩ତମ ରାଷ୍ଟ୍ରପତି ଥିଲେ। ପ୍ରଣବ ଦା’ ଗତ ଅଗଷ୍ଟ ୧୦ ତାରିଖରୁ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇ ନୂଆଦିଲ୍ଲୀ ସ୍ଥିତ Army Hospital Research And Referralରେ ଭର୍ତ୍ତି ହୋଇଥିଲେ।

କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଦୀର୍ଘ ଦିନ ଧରି ପ୍ରଣବ ଦା’ ଡିପ୍‌ କୋମାରେ ଥିଲେ।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like