ପୁଣି ଆଜି ବଢିଲା ପେଟ୍ରୋଲ, ଡିଜେଲ ଦର; ମୁମ୍ବାଇରେ ସର୍ବାଧିକ
ନୂଆଦିଲ୍ଲୀ: ତୈଳଦର ଯେମିତି କମିବାର ନାଁ ଧରୁନି। ଶନିବାର ଦ୍ୱାଦଶ ଦିନରେ ବି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ୫୦ ପଇସାରୁ ଅଧିକ ରହିଛି।
ଓଡ଼ିଶାରେ ମଧ୍ୟ ତେଲ ଦର ଆକାଶଛୁଆଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଛି। ଦରବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୯୧.୨୯ ଟଙ୍କା ଛୁଇଥିବାବେଳେ ଡିଜେଲ ଆଜି ଲିଟର ପିଛା ଦର ୮୮.୨୩ ପଇସା ରହିଛି। ସେହିପରି ବାଲେଶ୍ୱରରେ ଆଜି ପେଟ୍ରୋଲ ଲିଟର ୯୧.୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ୍ ଲିଟର ପିଛା ଦର ୮୮.୨୫ ଟଙ୍କା ଅଛି।
ଅନ୍ୟପକ୍ଷେ ସମ୍ବଲପୁରରେ ପେଟ୍ରୋଲ ଦର ୯୧.୮୫ ଥିବାବେଳେ ଡିଜେଲର ବର୍ଦ୍ଧିତ ଦର ଆଜି ୮୮.୭୯ ରହିଛି। ସେହିପରି କଟକରେ ପେଟ୍ରୋଲ ୯୧ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଦର ଲିଟର ପିଛା ୯୧.୫୫ ପଇସା ଥିବାବେଳେ ଡିଜେଲ ଦର ୮୮.୪୮ଟଙ୍କା ରହିଛି। ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ବି ବଢିବାରେ ଲାଗିଛି।
ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଅନୁଯାୟୀ, ଦିଲ୍ଲୀରେ ପଟ୍ରୋଲ ଦର ଲିଟର ପିଛା ୩୯ ପଇସା ବୃଦ୍ଧି ପାଇଁ ୯୦.୫୮ ଟଙ୍କା ରହିଛି। ସେହିପରି ପେଟ୍ରୋଲ ଦର ୩୭ ପଇସା ବୃଦ୍ଧି ପାଇବା ପରେ ଲିଟର ପିଛା ଦର ୮୦.୯୭ ଟଙ୍କା ରହିଛି। ଅନ୍ୟ ମହାନଗରୀଙ୍କ କଥା ଦେଖିଲେ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ୯୭ ଛୁଇଁଲାଣି। ମୁମ୍ବାଇରେ ପେଟ୍ରୋଲ ଦର ୩୮ ଟଙ୍କା ବୃଦ୍ଧି ପାଇବା ପରେ ଏଠାରେ ଲିଟର ପିଛା ଦର ୯୭ ଟଙ୍କା ରହିଛି। ଶୁକ୍ରବାର ଏଠାରେ ପେଟ୍ରୋଲ ଦର ୯୬.୬୨ ଥିଲା। ଅନ୍ୟପକ୍ଷରେ ଶୁକ୍ରବାର ଡିଜେଲ ଦର ୮୭.୬୭ ଟଙ୍କା ଥିବାବେଳେ ଶନିବାର ଲିଟର ପିଛା ଡିଜେଲ ଦର ୮୮.୦୬ ଟଙ୍କା ରହିଛି। ପେଟ୍ରୋଲ ଦର ସବୁଠାରୁ ଅଧିକ ମୁମ୍ବାଇରେ ରହିଛି।
ଦରବୃଦ୍ଧି ପରେ କୋଲକତାରେ ପେଟ୍ରୋଲ ଦର ଲିଟର ପିଛା ୯୧.୭୮ ଟଙ୍କା ରହିଛି। ଶୁକ୍ରବାର ପେଟ୍ରୋଲ ଦର ୯୧.୪୧ ଥିଲା। ସେହିପର ଡିଜେଲ ଦାମ ୮୪.୫୬ ପ୍ରତି ଲିଟର ରହିଛି। ଗତକାଲି ଡିଜେଲ ଲିଟର ୮୪.୧୯ ରହିଛି।
ଅନ୍ୟପକ୍ଷେ ଚେନ୍ନାଇରେ ଶନିବାର ପେଟ୍ରୋଲ ଦର ଲିଟର ପିଛା ୯୨.୫୯ ଟଙ୍କା ଥିବାବେଳେ ଶୁକ୍ରବାର ଏଠାରେ ଦର ଥିଲା ୯୨.୨୫। ଅନ୍ୟପକ୍ଷେ ଡିଜେଲ ଦର ଶୁକ୍ରବାର ୮୫.୬୩ ଥିବାବେଳେ ଶନିବାର ୮୫.୯୮ ରହିଛି।
କେଉଁଠି କେତେ ରହିଛି ପେଟ୍ରୋଲ/ଡିଜେଲ ଦର
ଭୁବନେଶ୍ୱର
ପେଟ୍ରୋଲ-୯୧.୩୯
ଡିଜେଲ- ୮୮.୨୩
କଟକ
ପେଟ୍ରୋଲ-୯୧.୫୫
ଡିଜେଲ- ୮୮.୪୮
ସମ୍ବଲପୁର
ପେଟ୍ରୋଲ-୯୧.୮୫
ଡିଜେଲ- ୮୮.୭୯
ବାଲେଶ୍ୱର
ପେଟ୍ରୋଲ-୯୧.୩୦
ଡିଜେଲ- ୮୮.୨୫
ଦିଲ୍ଲୀ
ପେଟ୍ରୋଲ-୯୦.୫୮
ଡିଜେଲ- ୮୮.୯୭
ମୁମ୍ବାଇ
ପେଟ୍ରୋଲ-୯୭.୦୦
ଡିଜେଲ- ୮୮.୦୬
ଚେନ୍ନାଇ
ପେଟ୍ରୋଲ-୯୨.୫୯
ଡିଜେଲ- ୮୫.୯୮
କୋଲକାତା
ପେଟ୍ରୋଲ-୯୧.୭୮
ଡିଜେଲ- ୮୪.୫୬