ପେଟ୍ରୋଲଠାରୁ ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ:ଗୋଟିଏ ଦିନର ବ୍ରେକ୍ ପରେ ପୁଣି ବଢିଲା ତେଲ ଦର। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ହୋଇଛି ।

ଲଗାତାର ୨୧ ଦିନ ପରେ ଗତକାଲି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଘଟି ନ ଥିଲା । ହେଲେ ଦର ପୁଣି ଆଜି ବଢିଛି।  ତୈଳ ଦର ବୃଦ୍ଧି ହେବା ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୩ ପଇସା ହୋଇଛି ।

ସୂଚନାଥାଉ କି, ଜୁନ୍‌ ୭ ତାରିଖ  ଲଗାତାର ବଢି ଚାଲିଛି ତୈଳ ଦର।  ୨୧ ଦିନ ଦରବୃଦ୍ଧି ପରେ ଗତକାଲି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେବେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଡିଜେଲ ପେଟ୍ରୋଲ ଦରଠାରୁ ମହଙ୍ଗା ହୋଇଛି।

ତୈଳଦର ବୃଦ୍ଧିକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।

ସେହିପରି ତୈଳ ଦର ବୃଦ୍ଧିକୁ ଓଡ଼ିଶାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜିଠୁ ଦଳ ଆସନ୍ତା ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ । ଆଜି ପ୍ରଥମ ଦିନରେ ରାଜଭବନ ଆଗରେ ଧାରଣାରେ ବସିଛନ୍ତି ଦଳୀୟ ନେତା ଓ କର୍ମୀ ।

ସେହିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତାକାଲିଠୁ ୪ ତାରିଖ ପଯର୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ।

 

ଆହୁରି ପଢ଼ନ୍ତୁ

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ପଣ୍ୟ କାରବାରରେ ୧ ନମ୍ବର ପାରାଦୀପ ବନ୍ଦର

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ୩୧ ସୁସ୍ଥ

‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

କଟକ ସହର ସଟ୍‌ଡାଉନ୍‌

You might also like