• translate
Minati Mishra

ନୂଅଦିଲ୍ଲୀ: ତିନି ଦିନ ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବାବେଳେ ଆଜି ସରକାରୀ ତେଲ କମ୍ପାନୀ ପୁଣି ତୈଳ ଦର ବୃଦ୍ଧି କରିଛନ୍ତି। ଆଜି ଡିଜେଲ ଦର ଲିଟର ପିଛା ୧୫ରୁ ୧୬ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୪ରୁ ୨୫ ପଇସା ବଢିଛି।

ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି। ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲରେ ଆଜି ପେଟ୍ରୋଲ ଲିଟର ପିଛା ୯୧.୧୭ ଟଙ୍କା ଥିବାବେଳେ ଡିଜେଲ ଦାମ ରହିଛି ୮୧.୪୭ ଟଙ୍କା। ସେହପରି ମୁମ୍ବାଇରେ ପେଟ୍ରୋଲ ଦର ୯୭.୫୭ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ରହିଛି ୮୮.୬୦ ଟଙ୍କା। କୋଲକତାରେ ପେଟ୍ରୋଲ ଲିଟର ପିଛା ଦର ୯୧.୩୫ ଟଙ୍କା ଥିବାବେଳେ ଡିଜେଲ ରହିଛି ୮୪.୩୫ ଟଙ୍କା। ଚେନ୍ନାଇରେ ପେଟ୍ରୋଲ ୯୩.୧୧ ଏବଂ ଡିଜେଲ ୮୬.୪୫ ଟଙ୍କା ରହିଛି।

ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ପରିବର୍ତ୍ତନ ହେଉଛି। ସକାଳ ୬ଟାରୁ ହିଁ ନୂଆ ଦର ଲାଗୁ ହୋଇଯାଉଛି। ଦେଶରେ ଏବେ ଲଗାତାର ତୈଳଦର ବୃଦ୍ଧି ପାଉଛି। ଗତ ୫୫ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୭.୨୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ୭.୪୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୦ ଉପରେ ଥିବାବେଳେ ଦେଶର କେତେକ ସ୍ଥାନରେ ୧୦୦ ଟପିଲାଣି ।

Other Stories