୧୧ ଦିନରେ ଟ.୨.୫୦ ମହଙ୍ଗା ହେଲା ପେଟ୍ରୋଲ

ମହାମାରୀ ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତେଲ ଦର

ନୂଆଦିଲ୍ଲୀ : ଦିନକୁ ଦିନ ଦ୍ରୁତ ହାରରେ ବଢ଼ିଚାଲିଛି ତେଲ ଦର । ମହାମାରୀ ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ମୁସ୍କିଲ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପୁଣି ଥରେ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୪ ରୁ ୨୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ, ୨୭ ରୁ ୩୧ ପଇସା ମହଙ୍ଗା ହୋଇଛି । ଗତ କିଛି ଦିନ ହେବ ଇନ୍ଧନ ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଦେଶର ଅନେକ ସହରରେ ତୈଳ ଦର ଏବେ ୧୦୦ ଉପରେ ରହିଛି ।

ଇନ୍ଦୋର, ଭୋପାଳ ଏବଂ ଜୟପୁର ସମେତ ଅନେକ ସହରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାଖାପାଖି ରହିଛି । ଚଳିତ ମାସ ୧୧ ଦିନରେ ପେଟ୍ରୋଲ ୨.୫୦ ଟଙ୍କା ମହଙ୍ଗା ହୋଇଛି । ନିର୍ବାଚନ ପରଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ପାଉଛି। ସେହିପରି ୧୧ ଦିନରେ ଡିଜେଲ ମୂଲ୍ୟ ୨.୭୮ଟଙ୍କା ବୃଦ୍ଧି ପାଇଛି ।

ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୨.୮୫ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୩.୫୧ ଟଙ୍କା ରହିଛି । ମାୟାନଗରୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୯.୧୪ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୦.୭୧ ଟଙ୍କାରେ ବ୍ରିକି ହେଉଛି । ଏହା ବ୍ୟତୀତ କୋଲକାତାରେ ପେଟ୍ରୋଲ ୯୨.୯୨ ଏବଂ ଡିଜେଲ ଲିଟର ପିଛା ୮୬.୩୫ ଟଙ୍କାରେ ପହଞ୍ଚିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୯୪.୫୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୩୪ ଟଙ୍କାରେ ବିକ୍ରି ହେଉଛି ।

ଶ୍ରୀଗଙ୍ଗାନଗରରେ ପେଟ୍ରୋଲର ମୂଲ୍ୟ ୧୦୩.୮୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୬.୩୦ ଟଙ୍କା

ଅନୁପପୁରରେ ପେଟ୍ରୋଲର ୧୦୩.୪୯ ଟଙ୍କା ଏବଂ ଡିଜେଲର ଲିଟର ପିଛା ୯୪.୨୯ ଟଙ୍କା

ରୀୱାରେ ପେଟ୍ରୋଲ ୧୦୩.୧୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୯୬ ଟଙ୍କା

ଇନ୍ଦୋରରେ ପେଟ୍ରୋଲ ୧୦୦.୯୮ ଟଙ୍କା ଏବଂ ଡିଜେଲ ଲିଟର ୯୧.୯୯ ଟଙ୍କା

ପାଟଣାରେ ପେଟ୍ରୋଲର ୯୫.୦୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୮୮.୭୫ ଟଙ୍କା

ଲକ୍ଷ୍ନୌରେ ପେଟ୍ରୋଲର ୯୦.୫୭ ଟଙ୍କା ଏବଂ ଡିଜେଲର ଲିଟର ପିଛା ୮୩.୮୯ ଟଙ୍କା

ନୋଏଡାରେ ପେଟ୍ରୋଲର ୯୦.୬୬ ଟଙ୍କା ଏବଂ ଡିଜେଲର ଲିଟର ପିଛା ୮୩.୯୭ ଟଙ୍କା

ନିଜ ସହରର ତେଳ ଦର କିପରି ଜାଣିବେ ?

ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ

ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ

ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ

ଏବଂ ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ

You might also like