ଆଜିଠୁ ୪ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର

  • ଆଜିଠୁ ୪ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର
  • ଏହି ବ୍ୟାଙ୍କର IFSC କୋଡ ଆଉ କରିବ ନାହିଁ କାମ

ନୂଆଦିଲ୍ଲୀ: ଆମେ ଏବେ ଏମିତି ଏକ ସୂଚନା ଦେବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ଲାଗି ଜାଣିବା ନିହାତି ଦରକାର। କାରଣ ମାର୍ଚ୍ଚ ପହିଲାରୁ ଦେଶରେ ୪ଟି ବଡ଼ ପରିବର୍ତ୍ତନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ଯେଉଁ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ତେବେ ଏହି ସମସ୍ତ ନିୟମ ସମ୍ପର୍କରେ ଆପଣ ଅବଗତ ହେଲେ କୌଣସି ପରିସ୍ଥିତିରେ ବି ଆପଣ ହଇରାଣ ହେବେ ନାହିଁ। ଆଉ ଯଦି ନିୟମ ସମ୍ପର୍କରେ ଜାଣିନଥିବେ ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ଜାଣିରଖନ୍ତୁ କେଉଁ କେଉଁ କ୍ଷେତ୍ରରେ ନିୟମ ହେଉଛି ପରିବର୍ତ୍ତନ?

ବଦଳିପାରେ ଗ୍ୟାସ ଦର :
ପ୍ରତ୍ୟେକ ମାସ ପହିଲାରୁ ଗ୍ୟାସ୍‌ ଦର ଅଦଳବଦଳ ସାଧାରଣ ଭାବରେ କରାଯାଇଥାଏ । ପ୍ରତ୍ୟେକ ମାସ ପ୍ରଥମ ତାରିଖରେ ଗ୍ୟାସ୍‌ ବିତରଣ କମ୍ପାନୀ ମାନେ ଗ୍ୟାସ୍‌ ଦର ନିର୍ଦ୍ଧାରଣ କରିଥାନ୍ତି। ତେବେ ଆଜି ମଧ୍ୟ ଗ୍ୟାସ ଦର ହ୍ରାସ କିମ୍ବା ବୃଦ୍ଧି କରିପାରିନ୍ତି ସରକାର। କାରଣ ବର୍ତ୍ତମାନ ସମୟରେ ଗ୍ୟାସ ମୂଲ୍ୟ ଯେପରି ଭାବରେ ବୃଦ୍ଧି ହୋଇଛି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଲୋକ। ତେଣୁ ଆଜିର ଦିନରେ କିଛି ପରିମାଣରେ ଗ୍ୟାସ ଦର ହ୍ରାସ ହେବା ନେଇ ଆଶା ରଖିଛନ୍ତି ଖାଉଟି।

ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା:

ଆଜିଠୁ ଦେଶରେ ବୟସ୍କମାନଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ହୋଇଛି। ମହାମାରି କରୋନାକୁ ମାତ୍‌ ଦେବା ପାଇଁ ଦେଶରେ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା। ପ୍ରଥମେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଛି। ଏବେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ କରୋନା ଟିକା ଦିଆଯିବାକୁ ଥିବାବେଳେ ୪୫ ବର୍ଷରୁ ଅଧିକ ବୟସ ଲୋକ ଯେଉଁମାନେ ଗମ୍ଭୀର ରୋଗର ଶିକାର ହୋଇଥିବେ ସେମାନଙ୍କୁ ବି ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ରାଜ୍ୟର ଅନେକ ଘରୋଇ ମେଡିକାଲରେ ବି କରୋନା ଟିକା ନେଇ ପାରିବେ ବୟସ୍କ ବ୍ୟକ୍ତି ବୋଲି ସୂଚନା ରହିଛି।

ଏହି ବ୍ୟାଙ୍କର ବଦଳିବ IFSC କୋଡ:

ଯଦି ଆପଣଙ୍କ ବ୍ୟାଙ୍କ ଖାତା ବ୍ୟାଙ୍କ ଅଫ୍‌ ବରୋଦାରେ ଅଛି ତେବେ ଏହି ଖବର ଆପଣଙ୍କ ଲାଗି ବଡ଼ ଗୁରୁତ୍ୱପୂର୍ଣ୍ଣ ଅଟୋ। କାରଣ ୨୦୧୯ ଏପ୍ରିଲ ପହିଲାରୁ ଦେନା ବ୍ୟଙ୍କ, ବିଜୟା ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦାର ସମଷ୍ଟି ହୋଇ ଗୋଟିଏ ବ୍ୟାଙ୍କରେ ପରିଣତ ହୋଇଛି। ଏହା ପରେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଗ୍ରାହକ ବ୍ୟାଙ୍କ ଅଫ‌ ବରୋଦାର ଗ୍ରାହକ ହୋଇଛନ୍ତି। ଏବେ ମାର୍ଚ୍ଚ ପହିଲାରୁ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର IFSC କୋର୍ଡ  ଆଉ କାମ କରିବନି ବୋଲି ଜଣାପଡିଛି। ଗ୍ରାହକ ମାନେ ମାର୍ଚ୍ଚ ୧ ତାରିଖରୁ ନୂଆ IFSC କୋର୍ଡ ବ୍ୟବହାର କରିବାକୁ ପଡ଼ିବ। ତେଣୁ ଆପଣ ଯଦି ଏହି ବ୍ୟାଙ୍କରେ ଖାତା ଖୋଲିଛନ୍ତି ତେବେ କୌଣସି ସମସ୍ୟା ହେଲେ ଆପଣ ନିକଟସ୍ଥ ବ୍ୟାଙ୍କ ଶାଖାରେ ମଧ୍ୟ ଯୋଗାଯୋଗ କରିପାରିବେ।

ମାର୍ଚ୍ଚ ମାସରୁ ଉଠାଇପାରିବେ ସରକାରୀ ଯୋଜନାର ଫାଇଦା:

ଭାରତ ସରକାର ବିବାଦରୁ ବିଶ୍ୱାସ ଯୋଜନାର ଶେଷ ତାରିଖ ଘୁଞ୍ଚାଇ ଦେଇଛନ୍ତି। ପ୍ରତ୍ୟକ୍ଷ କର ବିବାଦ ସମାଧାନ ଯୋଜନା ଅନ୍ତର୍ଗତ କର ସମ୍ବନ୍ଧୀୟ ଘୋଷଣା ଦାଖଲ କରିବାର ସମୟ ସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ସରକାର। ଯାହାଫଳରେ କରଦାତା ମାନେ ମାର୍ଚ୍ଚ ମାସରେ ଏହି ସରକାରୀ ଯୋଜନାର ଫାଇଦା ଉଠାଇ ପାରିବେ।

ତେବେ ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ ଯେ, ଏହି ସମସ୍ତ ନିୟମ ବିଷୟରେ ଆପଣ ନିଶ୍ଚିତ ଅବଗତ ହୁଅନ୍ତୁ ନଚେତ୍‌ ଆପଣ ବି ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

You might also like