ଆସନ୍ତା ଜାନୁଆରୀରୁ ଚାରି ଚକିଆ ଯାନ ପାଇଁ ବାଧ୍ୟତାମୂଳକ ଏହି ନିୟମ

ନୂଆଦିଲ୍ଲୀ: ସମସ୍ତ ଚାରି ଚକିଆ ଯାନ ପାଇଁ ଆସନ୍ତା ବର୍ଷ ଜାନୁଆରୀ ୧ରୁ FASTag ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପୁରୁଣା ଚାରି ଚକିଆ ଯାନ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ। ଯେପରିକି ୨୦୧୭ ଡିସେମ୍ବର ୧ ପୂର୍ବରୁ ବିକ୍ରି ହୋଇଥିବା M ଓ N କ୍ଲାସ୍‌ ଚାରି ଚକିଆ ଯାନ ପାଇଁ FASTag ବାଧ୍ୟତାମୂଳକ। ଏଥିପାଇଁ Central Motor Vehicles Rules, 1989ରେ ସଂଶୋଧନ ହୋଇଥିଲା। ଏନେଇ ନଭେମ୍ବର ୬ରେ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

FASTag କ’ଣ?

FASTag ହେଉଛି ଏକ ରେଡିଓ ଫ୍ରିକୁଏନ୍‌ସି ଟାଗ୍‌। ଏହା ଗାଡ଼ିର ୱିଣ୍ଡ୍‌ ସ୍କ୍ରିନ୍‌ ବା ଗାଡ଼ିର  ସାମ୍ନା କାଚରେ ଲାଗିବ। ଏହାକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ୍ ଗେଟରେ ପଇସା ଦେବା ପାଇଁ ଲାଇନ୍ ଧରି ଛିଡ଼ା ହେବା ଫଳରେ ଅନେକ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି FASTag ଲାଗିଥିଲେ ଗାଡ଼ି ଚାଳକ ନିଜେ ଟୋଲ୍ ଫି ଦେଇ ଯାଇପାରିବେ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ।

You might also like