ଭାରତୀୟ ପାଣିପାଗ ବିଭାଗ ସୂଚନା ତାଲିକାରେ ସ୍ଥାନ ପାଇଲା ପିଓକେ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି।

ପ୍ରକାଶ ଥାଉକି, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ ଏହି ପରିବର୍ତ୍ତନ ଅଣାଯାଇଛି। ନୂଆଦିଲ୍ଲୀରୁ ପରିଚାଳିତ ଆଇଏମ୍‌ଡି ପକ୍ଷରୁ ଏପରି ପରିବର୍ତ୍ତନ କରାଯାଇଛି।

ଏହା ପୂର୍ବରୁ ଏପ୍ରିଲ୍‌ ୩୦ରେ ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ  ଗିଲଗିଟ୍‌-ବଲଟିସ୍ତାନରେ ନିର୍ବାଚନ କରିବାକୁ ସେଠାକାର ସରକାରଙ୍କୁ ଅନୁମତି ଦେଇଥିଲେ। ଯାହାକୁ କଡ଼ା ବିରୋଧ କରିଥିଲା ଭାରତ। ପାକିସ୍ତାନ ଏହି ଅଞ୍ଚଳକୁ ବେଆଇନ୍‌ ଭାବେ ଦଖଲ୍‌ କରି ରଖିଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

You might also like