ପାସୱାର୍ଡ ନ କହିବାରୁ ସାଙ୍ଗକୁ ତଣ୍ଟି ଚିପି ମାରିଦେଲା ସାଙ୍ଗ

ନୂଆଦିଲ୍ଲୀ: ଫୋନ୍ ପାସୱାର୍ଡ ପାଇଁ ବନ୍ଧୁ ଭୁଲିଗଲା ସବୁ ସମ୍ପର୍କକୁ । ପାସୱାର୍ଡ ନ କହିବାରୁ କିଛି ନବୁଝି ସାଙ୍ଗକୁ ହତ୍ୟା କରିବାକୁ ପଛେଇଲାନି ସାଂଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ପିତମପୁର ଅଞ୍ଚଳରେ । ପିତମପୁର ଅଞ୍ଚଳରେ ଥିବା ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ସାଂଗ ତଣ୍ଟି ଚିପି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାଳିଛି ପୋଲିସ୍ ।

ସମ୍ପୂର୍ଣ୍ଣ ଘଟଣାଟି ଥିଲା ଏମିତି –

ଗତ ଏପ୍ରିଲ ୨୧ରେ ମୟଙ୍କ ଓ ତାଙ୍କର ବନ୍ଧୁ ପାର୍କକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ମୟଙ୍କ ତାଙ୍କ ବନ୍ଧୁ ଧରିଥିବା ଆଇଫୋନର ପାସୱାର୍ଡ ମାଗିଥିଲେ । କିନ୍ତୁ ତାଙ୍କ ବନ୍ଧୁ ଜଣକ ପାସୱାର୍ଡ ଦେବାକୁ ରୋକଠୋକ ମନା କରିଦେଇଥିଲେ । ଏଥିରେ ଉତ୍ତକ୍ତ୍ୟ ହୋଇ ମୟଙ୍କ ତାଙ୍କୁ ହତ୍ୟା କରିଥିଲୋ ଅଭିଯୁକ୍ତ ମୟଙ୍କ ସିଂ ରୋହିନୀ ସ୍ଥିତ ମହାରାଜା ଆଗ୍ରସେଣ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ରେ ବିବିଏ କରୁଛନ୍ତି । ତାଙ୍କୁ ପୁଲିସ୍‌ ସୋମବାର ଉତ୍ତର ପ୍ରଦେଶରୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣଙ୍କ ବାପା ଗୋଟିଏ ଫ୍ୟାକ୍ଟ୍ରିରେ କାମ କରନ୍ତି। ପୁଅ ଘରକୁ ନ ଫେରିବାରୁ ସେ ପୁଲିସ୍‌ରେ ନିଖୋଜ ମାମଲା ରୁଜୁ କରିଥିଲେ। ଏପ୍ରିଲ ୨୧ ତାରିଖ ସକାଳୁ ପୁଅ ଘରୁ ବାହାରି ଆଉ ଫେରିନଥିବା ସେ କହିଥିଲେ। ରବିବାର ପୁଲିସ୍‌ ପାର୍କରେ ପଚିବାକୁ ବସିଥିବା ଗୋଟିଏ ଶବ ପଡ଼ିଥିବା ଖବର ପାଇଥିଲା।

ଶବ ପାଖରେ ଗୋଟିଏ ବଡ଼ ଟେଡ୍ଡୀ ପଡ଼ିଥିବା ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଶବ ନିକଟରୁ ଡ୍ରଗ୍ସ ମଧ୍ୟ ମିଳିଥିଲା। ମୃତକଙ୍କ ବିଷୟରେ ଜାଣିବା ପାଇଁ ପୁଲିସ ପ୍ରାୟ ୧୦୦ଟି ସିସିଟିଭିର ଯାଞ୍ଚ କରିଥିଲା। ଏହି ସମୟରେ ଅଭିଯୁକ୍ତଙ୍କ ସହ ଛାତ୍ର ଜଣଙ୍କ ପାର୍କରେ ପ୍ରବେଶ କରୁଥିବା ଦେଖିବାକୁ ପାଇଥିଲା।

ଅଭିଯୁକ୍ତ ମୟଙ୍କ ସିଂହ ମଧ୍ୟ ଏପ୍ରିଲ ୨୩ରୁ ଘରକୁ ଫେରି ନଥିବା ପରିବାର ଲୋକ କହିଥିଲେ। ତେବେ ପୁଲିସ ତଦନ୍ତ କରି ଉତ୍ତର ପ୍ରଦେଶର ପିଲଖୁୱା ଅଞ୍ଚଳର ଗୋଟିଏ ଗାଁରୁ ତାଙ୍କୁ ଗିରଫ କରିଥିଲା। ମୟଙ୍କ ଉକ୍ତ ଛାତ୍ରଙ୍କୁ ଫୋନର ପାସୱାର୍ଡ ମାଗିଥିଲେ। ହେଲେ ସେ ପାସୱାର୍ଡ ଶେୟାର କରିବେ ନାହିଁ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ସ୍ଥିତି ଏପରି ହୋଇଥିଲା ଯେ ପ୍ରଥମେ ମୟଙ୍କ ତାଙ୍କ ବନ୍ଧୁଙ୍କୁ ପଥରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ତଳେ ପଡ଼ିଯିବାକୁ କପଡ଼ା ବ୍ୟବହାର କରି ତଣ୍ଟି ଚିପି ଜୀବନରୁ ମାରିଦେଇଥିଲେ ବୋଲି ପୁଲିସ୍‌ କହିଛି।

You might also like